ପିତଳ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ
ଗଂଜାମ, 20 ଜୁଲାଇ (ହି.ସ.) ଶେରଗଡ ଵ୍ଳକର ପିତଳ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି। ଓଡ଼ିଶାର ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଏହି କମିଟି ଗଠନରେ ଅଧ୍ୟକ୍ଷତା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥି
Etyryyu


ଗଂଜାମ, 20 ଜୁଲାଇ (ହି.ସ.) ଶେରଗଡ ଵ୍ଳକର ପିତଳ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି। ଓଡ଼ିଶାର ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଏହି କମିଟି ଗଠନରେ ଅଧ୍ୟକ୍ଷତା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଛଅଜଣ ମହିଳା ଅଭିଭାବକ ଓ ୫ଜଣ ପୁରୁଷ ଅଭିଭାବକ କମିଟି ସଦସ୍ୟ, ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ଏହାବ୍ୟତୀତ ପ୍ରଧାନ ଶିକ୍ଷୟିତ୍ରୀ ସୁନୀତିଦାଶ, ଅଙ୍ଗନବାଡି କର୍ମୀ ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା, ଶିକ୍ଷୟିତ୍ରୀ ଏନରେଖା,ଓ ୱ।ର୍ଡସଭ୍ୟା ସୁଦେଷ୍ଣା ପଟ୍ଟନାୟକ ମଧ୍ୟ ଏହି କମିଟିର ସଦସ୍ୟା ରୂପେ ମନୋନୀତ ହୋଇଥିବା ବେଳେ କମିଟିର ସଭାନେତ୍ରୀ ରୂପେ ଲିଲିଵେହରାଓ ଅନାଦି ନିରଞ୍ଜନ ଡାକୁଆ ଉପସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ବହୁ ଅଭିଭାବକ ଓ ଅଭିଭାଵିକା ଅଂଶ ଗ୍ରହଣ କରିଥିଲେ।।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande