ଇବ-ଝାରସୁଗୁଡ଼ା ସେକ୍ସନରେ ଲେଭଲ କ୍ରସିଂ ଗେଟ୍ ମରାମତି; ଜୁଲାଇ ୨୨ ରାତିରୁ ୨୩ ସକାଳ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ
Road will closed from 22 nd
ଇବ-ଝାରସୁଗୁଡ଼ା ସେକ୍ସନରେ ଲେଭଲ କ୍ରସିଂ ଗେଟ୍ ମରାମତି; ଜୁଲାଇ ୨୨ ରାତିରୁ ୨୩ ସକାଳ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ


ଝାରସୁଗୁଡ଼ା, ୨୦ ଜୁଲାଇ (ହି.ସ.)- ହାୱଡ଼ା-ମୁମ୍ବାଇ ରେଳପଥର (ଇବ) ଏବଂ ଝାରସୁଗୁଡ଼ା ସେକ୍ସନ ମଧ୍ୟରେ ଥିବା ଲେଭଲ କ୍ରସିଂ ଗେଟ୍ ର ଜରୁରୀ ମରାମତି କାର୍ଯ୍ୟ କରାଯିବ। ଦକ୍ଷିଣ-ପୂର୍ବ ମଧ୍ୟ ରେଳପଥର ବ୍ରଜରାଜନଗର ବରିଷ୍ଠ ସେକ୍ସନ ଇଞ୍ଜିନିୟରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରେଳ ଲାଇନ୍, ସ୍ଲିପର ନବୀକରଣ ଏବଂ ସୁରକ୍ଷା ଦୃଷ୍ଟିରୁ ଲେଭଲ କ୍ରସିଂ ଗେଟ୍ ନଂ ଏଲ ସି ୨୬୦ (କି ମି. ୫୧୫/୨୨-୨୦) ଠାରେ ଓଭରହଲିଂ କାର୍ଯ୍ୟ ସମ୍ପାଦନ କରାଯିବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆସନ୍ତା ୨୨.୦୭.୨୦୨୬ (ବୁଧବାର) ରାତି ୧୦ଟାରୁ ୨୩.୦୭.୨୦୨୬ (ଗୁରୁବାର) ସକାଳ ୮ଟା ପର୍ଯ୍ୟନ୍ତ ସମ୍ପୃକ୍ତ ଲେଭଲ କ୍ରସିଂ ଗେଟ୍ ଦେଇ ସାଧାରଣ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ସମୟ ମଧ୍ୟରେ ସାଧାରଣ ଜନସାଧାରଣ ଓ ଗାଡ଼ି ଚାଳକମାନେ ବିକଳ୍ପ ରୂଟ୍ ଭାବେ କି.ମି.- ୫୧୪/୩୫-୫୧୫/୦୧ ଠାରେ ଥିବା ଚୌକିପଡ଼ା ଲେଭଲ କ୍ରସିଂ ( ଏଲ୍ ସି ନଂ -୨୫୯ ) ଦେଇ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande