ଖଇରପୁଟ ବ୍ଲକର ସିସାପୁଟଠାରେ ଜିଲ୍ଲାପାଳଙ୍କ ଦ୍ୱାରା ସିଲଭର ଓକ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ
ମାଲକାନଗିରି , ୨୦ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଖଇରପୁଟ ବ୍ଲକ ଅନ୍ତର୍ଗତ ବଡ଼ଦୁରାଲ ଗ୍ରାମ ପଞ୍ଚାୟତର ସିସାପୁଟ ଗ୍ରାମରେ ଏକ ସିଲଭର ଓକ୍ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ଜୀବିକା ବିକାଶ ଏବଂ ପରିବ
ଖଇରପୁଟ ବ୍ଲକର ସିସାପୁଟଠାରେ ଜିଲ୍ଲାପାଳଙ୍କ ଦ୍ୱାରା ସିଲଭର ଓକ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ


ଖଇରପୁଟ ବ୍ଲକର ସିସାପୁଟଠାରେ ଜିଲ୍ଲାପାଳଙ୍କ ଦ୍ୱାରା ସିଲଭର ଓକ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ


ମାଲକାନଗିରି , ୨୦ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଖଇରପୁଟ ବ୍ଲକ ଅନ୍ତର୍ଗତ ବଡ଼ଦୁରାଲ ଗ୍ରାମ ପଞ୍ଚାୟତର ସିସାପୁଟ ଗ୍ରାମରେ ଏକ ସିଲଭର ଓକ୍ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ଜୀବିକା ବିକାଶ ଏବଂ ପରିବେଶ ସୁରକ୍ଷା ଅଭିଯାନର ଏକ ଅଂଶ ବିଶେଷ ଭାବରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ଦାଶରଥି ସରାବୁ, ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଖଇରପୁଟ ବିଡିଓ ଅର୍ପିତା ମହାନ୍ତି, ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ପରିଚାଳକ ବିଶ୍ୱନାଥ ମିଶ୍ର ଏବଂ ମନରେଗା ସହକାରୀ ଧନେଶ୍ୱର ଖେମୁଡୁଙ୍କ ସମେତ ସ୍ଥାନୀୟ ଅଧିକାରୀ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ କରି ଜନଜାତି ଚାଷୀମାନଙ୍କର ଜୀବିକାରେ ଉନ୍ନତି ଆଣିବା ଏବଂ ସ୍ଥାୟୀ କୃଷି-ବନୀକରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରାୟ ୧୮୦ ହେକ୍ଟର ଜମିରେ ଏହି ସିଲଭର ଓକ୍ ବୃକ୍ଷରୋପଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମୁଦାୟ ଉତ୍ସାହର ସହ ଅଂଶଗ୍ରହଣ କରିବା ସହିତ ଏହି ପଦକ୍ଷେପକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ସିସାପୁଟଠାରେ ପୂର୍ବରୁ ରହିଥିବା କଫି ଓ ଗୋଲମରିଚ ଚାଷ ଜମିଗୁଡିକୁ ମଧ୍ୟ ବୁଲି ନିରୀକ୍ଷଣ କରିଥିଲେ। ଏହି ବୃକ୍ଷରୋପଣର ସଫଳ ରୂପାୟନକୁ ପ୍ରଶଂସା କରିବା ସହ ଜିଲ୍ଲାର ଅନ୍ୟାନ୍ୟ ଉପଯୁକ୍ତ ସ୍ଥାନଗୁଡିକରେ ସିଲଭର ଓକ୍ ବୃକ୍ଷରୋପଣର ପରିସର ବୃଦ୍ଧି କରିବା ଏବଂ ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ ହାତକୁ ନେବା ପାଇଁ ସେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ସିସାପୁଟର ଦାମୁ ସିସା ବଡ଼ଦୁରାଲ ଗ୍ରାମ ପଞ୍ଚାୟତରେ ଜୀବିକା ଭିତ୍ତିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରତି ନିରନ୍ତର ସହଯୋଗ ଯୋଗାଇ ଦେଇଥିବାରୁ ଜିଲ୍ଲା ପ୍ରଶାସନ ଏବଂ ମାଲକାନଗିରି ଆଇଟିଡିଏକୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଏଭଳି ପଦକ୍ଷେପ ପରିବେଶ ସୁରକ୍ଷାରେ ଅବଦାନ ରଖିବା ସହିତ ସ୍ଥାନୀୟ ଅର୍ଥନୀତିକୁ ସଦୃଢ଼ କରିବ ବୋଲି ସେ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande