ସେଲ ଲୌହଖଣି ଦୁର୍ଘଟଣା ମାମଲା। କ୍ଷତି ପୂରଣ ଦାବୀରେ ସେଲଗେଟ୍ ସମ୍ମୁଖରେ ସ୍ଥାନୀୟବାସିନ୍ଦା ଓ ଠିକା ଶ୍ରମିକଙ୍କ ବିକ୍ଷୋଭ
କେନ୍ଦୁଝର, 20 ଜୁଲାଇ (ହି.ସ.)ବିଗତ ଅଠର ତାରିଖରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ବଲାଣି ସେଲ ଲୌହଖଣିରେ ଘଟି ଯାଇଥିବା ଦୁର୍ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଲାଣି ଅଞ୍ଚଳରେ ଥିବା ସେଲ ଲୌହଖଣିର ମୂଖ୍ୟ ଫାଟକ ସମ୍ମୁଖରେ ଶତାଧିକ ସ୍ଥାନୀୟ ବାସିନ୍ଦା
Strike


କେନ୍ଦୁଝର, 20 ଜୁଲାଇ (ହି.ସ.)ବିଗତ ଅଠର ତାରିଖରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ବଲାଣି ସେଲ ଲୌହଖଣିରେ ଘଟି ଯାଇଥିବା ଦୁର୍ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଲାଣି ଅଞ୍ଚଳରେ ଥିବା ସେଲ ଲୌହଖଣିର ମୂଖ୍ୟ ଫାଟକ ସମ୍ମୁଖରେ ଶତାଧିକ ସ୍ଥାନୀୟ ବାସିନ୍ଦା ଓ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପାରିବାର ସହ କିଛି ଠିକା ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ତେବେ ସେଦିନ ସେଲ ଲୌହଖଣି ବିଦ୍ୟୁତ ବିଭାଗର ହିଲ୍ ଟପ୍ ଠାରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଠିକା ଶ୍ରମିକ ଦୁର୍ଘଟଣାର ଶିକାର ହୋଇଥିବା ଘଟଣା ରେ ଉଭୟଙ୍କୁ କ୍ଷତିପୂରଣ କମ୍ପାନୀ ଦେବାକୁ ସ୍ଥାନୀୟ ବାସିନ୍ଦା ଓ ଠିକା ଶ୍ରମିକ ସହ ଦୁର୍ଘଟଣା ଗ୍ରସ୍ତ ପାରିବାରର ପ୍ରିୟଜନ ମାନେ ଦାବୀ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉକ୍ତ ଘଟଣା କ୍ରମେ ଏମାନଙ୍କ ମୁଖ୍ୟଦାବୀ ରହିଛିକି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇ ପରିବାରର ଜଣେ ଜଣେ ସଦସ୍ୟ ଙ୍କୁ ସ୍ଥାୟୀ ଭାବେ ଚାକିରୀ ଯୋଗାଇ ଦେବା। ଏହି ବିକ୍ଷୋଭରେ ବିଭିନ୍ନ ୟୁନିୟନର କର୍ମକର୍ତ୍ତା ସାମିଲଥିବା ଦେଖିବାକୁ ମିଳିଥିଲା । ତେବେ ବିକ୍ଷୋଭ ପ୍ରଦର୍ଶନ ପରେ ସେଲ କତୃପକ୍ଷ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande