କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ରେ ‘ଟିପ୍ସ ଫର୍ମ ଆଇଏଏସ ’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ସହ କୁଟିଆ କନ୍ଧ ସଂଗ୍ରହାଳୟ ପାଇଁ ପ୍ରତିଶୃତି ଦେଲେ ଜିଲ୍ଲାପାଳ
Tips Farm IAS in KANDHAMAL collector
ଫୋଟ


କନ୍ଧମାଳ , ୨୦ ଜୁଲାଇ (ହି.ସ.) କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଟିପ୍ସ ଫର୍ମ ଆଇଏଏସ ’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଓ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ , ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃପାସିନ୍ଧୁ ବେହେରା ଯୋଗଦେଇଥିଲେ। ଏହି କାଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ପରିଚାଳନା କରିଥିଲେ । ଡ଼ଃ ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ପୁଷ୍ପଗୁଛ ଓ ଉତରୀୟ ଦେଇ ସ୍ୱାଗତ କରିଥିଲେ କ୍ଷ କାର୍ଯ୍ୟକ୍ରମଟିକୁ ଆଗକୁ ବଢ଼େଇବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଗଲା କ୍ଷ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ନିୟମିତ ଅଧ୍ୟୟନ, ଶୃଙ୍ଖଳା, କଠିନ ପରିଶ୍ରମ ଓ ସକାରାତ୍ମକ ମନୋଭାବ ମାଧ୍ୟମରେ ଜୀବନରେ ସଫଳତା ହାସଲ କରିବା ପାଇଁ ଉତ୍ସାହିତ କରିଥିଲେ।ମୁଖ୍ୟ ସମ୍ମାନିତ ଅତିଥିମାନେ ନିଜ ଜୀବନର ଅନୁଭୂତି, ସଂଘର୍ଷମୟ ପଥ ଏବଂ ସଫଳତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରି ଆଗକୁ ବଢ଼ିବା ପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରୀ ଛାତ୍ର ଓ ସମ୍ମାନିତ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହିଥିଲେ। ଏଭଳି ପ୍ରେରଣାଦାୟକ କାର୍ଯ୍ୟକ୍ରମ ଛାତ୍ରୀଛାତ୍ରଙ୍କ ମନରେ ଉଚ୍ଚ ପ୍ରଶାସନିକ ସେବା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ନିଜକୁ ଏକ ଶୃଙ୍ଖଳିତ ଭାବେ ଗଢିବା ଉଚିତ କାରଣ ଶୃଙ୍ଖଳା ହେଉଛି ସଫଳତାର ଚାବିକାଠି ବୋଲି ଛାତ୍ରୀଛାତ୍ରଙ୍କୁ ଉପଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହା ପରେ ଜିଲ୍ଲାପାଳ ବେଦ ଭୂଷଣ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ ଦିଗର ସମୀକ୍ଷା କରିଥିଲେ। ଗସ୍ତ ସମୟରେ ସେ ବିଦ୍ୟାଳୟ ପରିସରରେ ଅବସ୍ଥିତ କୁଟିଆ କନ୍ଧ ସଂଗ୍ରାହଳୟ ପରିଦର୍ଶନ କରି ସେଠାରେ ସଂରକ୍ଷିତ କୁଟିଆ ଆଦିମ ଜନଜାତିର ପରମ୍ପରା, ସଂସ୍କୃତି ଓ ଐତିହ୍ୟ ସଂଗ୍ରହ କରାଯାଇଥିବା ବିଭିନ୍ନ ସାମଗ୍ରୀ ଗୁଡିକୁ ସମ୍ପର୍କରେ ଅବଗତ ହୋଇଥିଲେ। ସଂଗ୍ରାହଳୟର ବର୍ତମାନ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳ ଏହାର ଆଧୁନିକୀକରଣ ଓ ସାମଗ୍ରିକ ଉନ୍ନୟନ ପାଇଁ ପ୍ରୟାସ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। ରାଜ୍ୟ ସରକାରଙ୍କ ସତନ୍ତ୍ର ଉନ୍ନୟନ ପରିଷଦ ବିଭାଗ ରୁ ଆବଶକୀୟ ଅର୍ଥ ବ୍ୟବସ୍ଥା କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ସଂଗ୍ରହାଳୟ ଉନ୍ନତିକରଣ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । କୁଟିଆ କନ୍ଧ ଆଦିମ ଜନଜାତି ସମ୍ପ୍ରଦାୟର ଐତିହ୍ୟ ଓ ସଂସ୍କୃତିକୁ ଅଧିକ ପ୍ରଚାର ପ୍ରସାର ଓ ସଂରକ୍ଷଣ କରିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ପ୍ରକାଶ କରିଥିଲେ। ଜିଲ୍ଲାପାଳଙ୍କ ଏହି ପ୍ରତିଶୃତିକୁ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ରୀଛାତ୍ର ଏବଂ କୁଟିଆ କନ୍ଧ ସମ୍ପ୍ରଦାୟର ସଦସ୍ୟମାନେ ସ୍ୱାଗତ କରିଛନ୍ତି। ସଂଗ୍ରାହଳୟର ଉନ୍ନୟନ ହେଲେ ଏହା ଜନଜାତି ସଂସ୍କୃତିର ସଂରକ୍ଷଣ ସହ ପର୍ଯ୍ୟଟନର ବିକାଶରେ ମଧ୍ୟ ସହାୟକ ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।

-------------

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande