
ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବ୍ଲାକମେଲ୍ ଉଦ୍ୟମ ନେଇ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ପୋଲିସ କମିଶନର ସୁରେଶ ଦେବଦତ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଲୋକଙ୍କ ଚରିତ୍ର ହନନ ପାଇଁ ଏକ ଟ୍ରେଣ୍ଡ୍ ଡେଭଲପ ହୋଇଛି। ଶାରୀରିକ ହତ୍ୟା ପାଇଁ ସୁପାରି ପରି ଚରିତ୍ର ହତ୍ୟା ପାଇଁ ସୁପାରି ସାମ୍ନାକୁ ଆସିଛି। ଆସିଥିବା ଭିଡିଓରେ ମାରିବା ପାଇଁ ପଇସା ଦିଆଯିବା କଥା କୁହାଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହେବ। ଏ ପ୍ରକାର ଲୋକଙ୍କୁ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯିବ। ତେବେ ଅଭିଯୁକ୍ତ ଏବେ ସୁଦ୍ଧା ଧରାପଡ଼ିନି, ବିଶେଷ କିଛି ସୂଚନା ଦେଇ ହେବନି ବୋଲି କହିଛନ୍ତି ପୋଲିସ କମିଶନର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା