ସୂଚନା କେନ୍ଦ୍ର ହଜିବା ଖୋଜିବାଙ୍କୁ ଏକାଠି କରୁଛି
ପୁରୀ, ୨୦ ଜୁଲାଇ (ହି.ସ.)- ମେଳା ମହୋତ୍ସବରେ ହଜାର ହଜାର ଲୋକଙ୍କ ଗହଳି ଜମେ। ଛୁଆ ଠାରୁ ବୟସ୍କ ସମସ୍ତଙ୍କ ସମାବେଶ ହୁଏ ସେଠାରେ। ଭିଡ ଭିତରେ କିଛି ବ୍ୟକ୍ତି ହଜିବାଟା ସ୍ବଭାବିକ। ରଥଯାତ୍ରା ଭଳି ଏକ ବିଶ୍ବ ପ୍ରସିଦ୍ଧ ମହାପର୍ବ, ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ସମାବେଶ। ସେଠାରେ କିଛି ବ୍ୟକ୍ତି ହଜିବ
ସୂଚନା କେନ୍ଦ୍ର ହଜିବା ଖୋଜିବା ଙ୍କୁ ଏକାଠି କରୁଛି।


ପୁରୀ, ୨୦ ଜୁଲାଇ (ହି.ସ.)- ମେଳା ମହୋତ୍ସବରେ ହଜାର ହଜାର ଲୋକଙ୍କ ଗହଳି ଜମେ। ଛୁଆ ଠାରୁ ବୟସ୍କ ସମସ୍ତଙ୍କ ସମାବେଶ ହୁଏ ସେଠାରେ। ଭିଡ ଭିତରେ କିଛି ବ୍ୟକ୍ତି ହଜିବାଟା ସ୍ବଭାବିକ। ରଥଯାତ୍ରା ଭଳି ଏକ ବିଶ୍ବ ପ୍ରସିଦ୍ଧ ମହାପର୍ବ, ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ସମାବେଶ। ସେଠାରେ କିଛି ବ୍ୟକ୍ତି ହଜିବା ଓ ସେମାନଙ୍କ ପରିବାର ସଦସ୍ୟ ବା ସମ୍ପର୍କୀୟ ସେମାନଙ୍କୁ ଖୋଜିବା ଏକ ସ୍ଵାଭାବିକ ପ୍ରକ୍ରିୟା। ତେବେ ସେହି ହଜିବା ଓ ଖୋଜୁଥିବା ଲୋକଙ୍କୁ ଏକାଠି କରି ତାଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରୁଛି ସୂଚନା କେନ୍ଦ୍ର।

ଚଳିତ ରଥଯାତ୍ରାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୧୫ ଗୋଟି ସୂଚନା କେନ୍ଦ୍ର କରାଯାଇଛି। ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡାଙ୍କ ପରାମର୍ଶରେ ଏହି ସୂଚନା କେନ୍ଦ୍ରକୁ ସମନ୍ବିତ ବା ଇଣ୍ଟିଗ୍ରେଟେଡ ମୋଡ୍ ରେ ପରିଚାଳିତ ହେଉଛି। ଏହି କେନ୍ଦ୍ରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀଙ୍କ ସହ ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ, ଚାଇଲ୍ଡ ଲାଇନର କର୍ମଚାରୀ, ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ଲୋକ ମାନଙ୍କୁ ସହାୟତା କରୁଛନ୍ତି। ଏହି ସୂଚନା କେନ୍ଦ୍ର ଗୁଡିକ ହେଲା ମାଳତୀପାଟପୁର ସୂଚନା କେନ୍ଦ୍ର, ଅଠରନଳା ସୂଚନା କେନ୍ଦ୍ର, ନୃସିଂହ ମନ୍ଦିର ସୂଚନା କେନ୍ଦ୍ର, ମୁକ୍ତାକାଶ ରଙ୍ଗମଞ୍ଚ ସୂଚନା କେନ୍ଦ୍ର, ବଡଶଙ୍ଖ ସୂଚନା କେନ୍ଦ୍ର, ବଳଗଣ୍ଡି ସୂଚନା କେନ୍ଦ୍ର, ଜଗନ୍ନାଥ ବଲ୍ଲଭ ସୂଚନା କେନ୍ଦ୍ର, ସିଂହଦ୍ଵାର ସୂଚନା କେନ୍ଦ୍ର, ପାନ୍ଥଭବନ ସୂଚନା କେନ୍ଦ୍ର, ଦିଗବାରେଣୀ ସୂଚନା କେନ୍ଦ୍ର, ସୁଭାଷ ବୋଷ ଛକ ସୂଚନା କେନ୍ଦ୍ର, ରେଲୱେ ଷ୍ଟେସନ ସୂଚନା କେନ୍ଦ୍ର, ତାଳବଣିଆ ସୂଚନା କେନ୍ଦ୍ର, ଶ୍ରୀ ମାର୍ଗ ସୂଚନା କେନ୍ଦ୍ର ଓ ସମଙ୍ଗ ପାର୍କିଂ ସୂଚନା କେନ୍ଦ୍ର। ଏହି ସୂଚନା କେନ୍ଦ୍ର ମାନଙ୍କରେ ଅସ୍ଥାୟୀ ଘୋଷକ ମାନେ ଦାୟିତ୍ଵରେ ରହି ହଜିବା ଖୋଜିବା ଲୋକଙ୍କୁ ସହଯୋଗ କରୁଛନ୍ତି। ଏହି କେନ୍ଦ୍ର ଗୁଡିକରେ ମଧ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ, ଭଜନ ଜଣାଣ ପୁସ୍ତକ ବିକ୍ରୟ ସହ ପ୍ରଗତି ପ୍ରବାହ ପୁସ୍ତକ ବିନା ମୂଲ୍ୟରେ ଦିଆଯାଉଛି ବୋଲି ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ଲୋକ ମାନଙ୍କୁ ବିବିଧ ସୂଚନା, ବିଭିନ୍ନ ସତର୍କତା ସୂଚନା ଓ ନୀତି କାନ୍ତି ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ବିଭାଗ ପକ୍ଷରୁ ୬୫ ଗୋଟି ଏଲଇଡି ଟିଭି ର ବ୍ୟବସ୍ଥା କରାଯାଇଛି ବୋଲି ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande