'ଟାଇମ୍ସ ଇଣ୍ଟରନେଟ୍ ଇକୋପ୍ରେନର୍ ଆୱାର୍ଡ ୨୦୨୬' ପାଇଥିବାରୁ ରୀତିକା ଗୋଏଙ୍କାଙ୍କୁ ଅଭିନନ୍ଦନ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ''ଟାଇମ୍ସ ଇଣ୍ଟରନେଟ୍ ଇକୋପ୍ରେନର୍ ଆୱାର୍ଡ ୨୦୨୬'' ପାଇଥିବାରୁ ରୀତିକା ଗୋଏଙ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଇଏସଜି କନସଲଟିଂ ଏ
'ଟାଇମ୍ସ ଇଣ୍ଟରନେଟ୍ ଇକୋପ୍ରେନର୍ ଆୱାର୍ଡ ୨୦୨୬' ପାଇଥିବାରୁ     ରୀତିକା ଗୋଏଙ୍କାଙ୍କୁ ଅଭିନନ୍ଦନ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 20 ଜୁଲାଇ (ହି.ସ.)- 'ଟାଇମ୍ସ

ଇଣ୍ଟରନେଟ୍ ଇକୋପ୍ରେନର୍ ଆୱାର୍ଡ ୨୦୨୬' ପାଇଥିବାରୁ ରୀତିକା ଗୋଏଙ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି

ଯେ, ଇଏସଜି କନସଲଟିଂ ଏବଂ ଆଡଭାଇଜରି ବର୍ଗରେ ସମ୍ମାନଜନକ 'ଟାଇମ୍ସ ଇଣ୍ଟରନେଟ୍

ଇକୋପ୍ରେନର୍ ଆୱାର୍ଡ ୨୦୨୬' ପାଇଥିବାରୁ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ବେଲପାହାଡ଼ର ଝିଅ ରୀତିକା

ଗୋଏଙ୍କାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ରୀତିକାଙ୍କ ଏହି ଅଦ୍ଭୁତପୂର୍ବ

ସଫଳତା ଆମ ଓଡ଼ିଶାର ଯୁବପିଢ଼ିଙ୍କ ଅସାଧାରଣ ପ୍ରତିଭା,

ନୂତନ ଚିନ୍ତାଧାରା,

ଶିଳ୍ପୋଦ୍ୟୋଗ ଓ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି।

ଏହି ସଫଳତା ରାଜ୍ୟ ତଥା ଦେଶର

ଅନେକ ଯୁବ ପ୍ରତିଭାଙ୍କୁ ପ୍ରେରିତ କରିବା ସହ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande