ସିଜେପି ଅସମ୍ବେଦନଶୀଳ ବ୍ୟବହାର ପାଇଁ ବିଜେତା ଦହିଆଙ୍କୁ ହଟାଇଲା ପ୍ରବକ୍ତା ପଦରୁ
ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.) - ସୋସିଆଲ ମିଡିଆ ଅଭିଯାନ କକରୋଚ ଜନତା ପାର୍ଟି (ସିଜେପି) ତାହାର ପ୍ରବକ୍ତା ବିଜେତା ଦହିଆଙ୍କୁ ତାଙ୍କର ଅସମ୍ବେଦନଶୀଳ ବ୍ୟବହାର କାରଣରୁ ଏହି ପଦରୁ ହଟାଇ ଦେଇଛି। ସିଜେପି ମଙ୍ଗଳବାର ଏକ୍ସରେ କହିଛି, “ଆମେ ଆମର ପ୍ରବକ୍ତା ବିଜେତା ଦହିଆଙ୍କ ଅତ୍ୟନ୍ତ ଅସମ୍ବେଦନଶୀଳ ବ
ସିଜେପି ଅସମ୍ବେଦନଶୀଳ ବ୍ୟବହାର ପାଇଁ ବିଜେତା ଦହିଆଙ୍କୁ ହଟାଇଲା ପ୍ରବକ୍ତା ପଦରୁ


ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.) - ସୋସିଆଲ ମିଡିଆ ଅଭିଯାନ କକରୋଚ ଜନତା ପାର୍ଟି (ସିଜେପି) ତାହାର ପ୍ରବକ୍ତା ବିଜେତା ଦହିଆଙ୍କୁ ତାଙ୍କର ଅସମ୍ବେଦନଶୀଳ ବ୍ୟବହାର କାରଣରୁ ଏହି ପଦରୁ ହଟାଇ ଦେଇଛି।

ସିଜେପି ମଙ୍ଗଳବାର ଏକ୍ସରେ କହିଛି, “ଆମେ ଆମର ପ୍ରବକ୍ତା ବିଜେତା ଦହିଆଙ୍କ ଅତ୍ୟନ୍ତ ଅସମ୍ବେଦନଶୀଳ ବ୍ୟବହାରକୁ କଠୋର ଭାବେ ନିନ୍ଦା କରୁଛୁ। ତାଙ୍କର ଭିଡିଓ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀ ଏବଂ ଆମ ଟିମ୍ ପୋଲିସର ବର୍ବର ହିଂସାର ସମ୍ମୁଖୀନ ହେଉଥିଲେ। ଏଭଳି ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ। ଏହା ସମ୍ପୂର୍ଣ୍ଣ ବିବେକହୀନତାକୁ ଦର୍ଶାଏ ଏବଂ ଆମ ଆନ୍ଦୋଳନର ମୂଲ୍ୟବୋଧ ଓ ସିଦ୍ଧାନ୍ତର ସମ୍ପୂର୍ଣ୍ଣ ବିରୋଧୀ। ଏହାର ଜବାବରେ ଆମେ ବିଜେତା ଦହିଆଙ୍କୁ ‘ସିଜେପି’ର ପ୍ରବକ୍ତା ପଦରୁ ହଟାଉଛୁ ଏବଂ ତାଙ୍କୁ ସମସ୍ତ ଆଧିକାରିକ ଦାୟିତ୍ୱରୁ ମୁକ୍ତ କରୁଛୁ।

ଉଲ୍ଲେଖନୀୟ ଯେ, ସୋମବାର ବିଜେତା ଦହିଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ନିଷ୍ପତି ନିଆଯାଇଛି। ସେହି ଭିଡିଓରେ ସେ ବର୍ଗର ଖାଉଥିବା ଦେଖାଯାଉଛନ୍ତି, ଯେତେବେଳେ ନିଜ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ‘ସଂସଦ ଚଲୋ’ ମାର୍ଚ୍ଚ ସମୟରେ ଯୁବ ଛାତ୍ରଛାତ୍ରୀମାନେ ରାସ୍ତାରେ ବସି ପ୍ରଦର୍ଶନ କରୁଥିଲେ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande