ସିଜେପି ନାଡ୍ଡାଙ୍କ ବାସଭବନକୁ ଯିବାକୁ ମନା କଲେ
ଜନ୍ତର ମନ୍ତର ନିକଟରେ ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ଦେଲେ ପ୍ରସ୍ତାବ ନୂଆଦିଲ୍ଲୀ, ୨୨ ଜୁଲାଇ(ହି.ସ.) – ସାମାଜିକ ଗଣମାଧ୍ୟମ ଅଭିଯାନକାରୀ କକ୍ରୋଚ୍ ଜନତା ପାର୍ଟି(ସିଜେପି) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ବାସଭବନକୁ ଆଲୋଚନା ପାଇଁ ଯିବାର ସମ୍ଭାବନାକୁ ଅସ୍ୱ
ସିଜେପି ନାଡ୍ଡାଙ୍କ ବାସଭବନକୁ ଯିବାକୁ ମନା କଲେ


ଜନ୍ତର ମନ୍ତର ନିକଟରେ ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ଦେଲେ ପ୍ରସ୍ତାବ

ନୂଆଦିଲ୍ଲୀ, ୨୨ ଜୁଲାଇ(ହି.ସ.) – ସାମାଜିକ ଗଣମାଧ୍ୟମ ଅଭିଯାନକାରୀ କକ୍ରୋଚ୍ ଜନତା ପାର୍ଟି(ସିଜେପି) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ବାସଭବନକୁ ଆଲୋଚନା ପାଇଁ ଯିବାର ସମ୍ଭାବନାକୁ ଅସ୍ୱୀକାର କରିଛି। ସିଜେପି ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ଆଲୋଚନା ଜନ୍ତର ମନ୍ତରରେ କିମ୍ବା ଏହାର ନିକଟବର୍ତୀ କୌଣସି ନିରପେକ୍ଷ ସ୍ଥାନରେ ହେବା ଉଚିତ।

ବୁଧବାର ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ସିଜେପି ମୁଖପାତ୍ର ସୌରଭ ଦାସ ଦାବି କରିଛନ୍ତି ଯେ ଆଜି ସକାଳେ ପୋଲିସ ସିଜେପି ପ୍ରତିନିଧିମାନଙ୍କୁ ଯୋଗାଯୋଗ କରି ସୂଚନା ଦେଇଛି ଯେ କେନ୍ଦ୍ରମନ୍ତ୍ରୀ ନଡ୍ଡା ସେମାନଙ୍କ ସହ କଥା ହେବାକୁ ଚାହୁଁଛନ୍ତି ଏବଂ ସେମାନଙ୍କୁ ତାଙ୍କ ବାସଭବନକୁ ନିମନ୍ତ୍ରଣ କରିଛନ୍ତି, କିନ୍ତୁ ସିଜେପି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସୌରଭ ଦାସ କହିଛନ୍ତି ଯେ ସିଜେପିର କୌଣସି ପ୍ରତିନିଧି କୌଣସି ମନ୍ତ୍ରୀଙ୍କ ଘର କିମ୍ବା କାର୍ଯ୍ୟାଳୟକୁ ଯିବେ ନାହିଁ। ଜନ୍ତର ମନ୍ତରରେ ଜନତା ଦରବାର ଅନୁଷ୍ଠିତ ହେଉଛି ଏବଂ ଯଦି ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ମନ୍ତ୍ରୀମାନେ ଜନସାଧାରଣଙ୍କ ମଧ୍ୟରେ ଆସିବା ଉଚିତ୍। ସେ କହିଥିଲେ ଯେ ଏହି ଆଲୋଚନା ଜନ୍ତର ମନ୍ତରରେ ହେବା ଉଚିତ। ଯଦି ସୁରକ୍ଷା କାରଣରୁ ମନ୍ତ୍ରୀମାନେ ଜନ୍ତର ମନ୍ତରକୁ ଆସିପାରିବେ ନାହିଁ, ତେବେ ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ଏକ ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବର୍ତମାନ, ଆମେ କେନ୍ଦ୍ର ମନ୍ତ୍ରୀଙ୍କ ଉତରକୁ ଅପେକ୍ଷା କରିଛୁ।

ଦାସ କହିଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟ କେବଳ ଆନୁଷ୍ଠାନିକ ଆଲୋଚନା ନୁହେଁ ବରଂ ସେମାନଙ୍କ ଦାବି ଉପରେ ଦୃଢ଼ ନିଷ୍ପତି ନେବା ହେବା ଉଚିତ। ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ବିନା ଆଲୋଚନା ପାଇଁ ଆହ୍ୱାନ କରିବାର କୌଣସି ଯଥାର୍ଥତା ନାହିଁ। ହଜାର ହଜାର ଲୋକ ଏବେ ବି ଏହି ପ୍ରଦର୍ଶନରେ ସାମିଲ ଅଛନ୍ତି ଏବଂ ସିଜେପିର ସମ୍ପୂର୍ଣ୍ଣ ଧ୍ୟାନ ଆନ୍ଦୋଳନର ପରିଚାଳନା ଉପରେ ରହିଛି। ସରକାର ସ୍ପଷ୍ଟ କରିବା ଉଚିତ ଯେ ସେ ପ୍ରକୃତରେ ଆନ୍ଦୋଳନକାରୀଙ୍କ ସହ ଏକ ଅର୍ଥପୂର୍ଣ୍ଣ ଆଲୋଚନା କରିବାକୁ ଚାହୁଁଛନ୍ତି କି?

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande