ୟୁକ୍ରେନରୁ ରବାନା ହୋଇଥିବା ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣରେ ଚାରି ଭାରତୀୟଙ୍କ ମୃତ୍ୟୁ, ଭାରତ ରୁଷର ପ୍ରଭାରୀ ରାଜଦୂତଙ୍କୁ କଲା ତଲବ
ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.)- ୟୁକ୍ରେନର ଓଡେସା ବନ୍ଦରରୁ ରବାନା ହୋଇଥିବା ବାଣିଜ୍ୟିକ ଜାହାଜ ଏମଭି ଗୋଲଡେନ୍ ଲିଓ ଉପରେ ହୋଇଥିବା ଆକ୍ରମଣରେ ଚାରି ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ଭାରତ ମଙ୍ଗଳବାର ରୁଷର ପ୍ରଭାରୀ ରାଜଦୂତ (ଚାର୍ଜେ ଡି'' ଆଫେୟର୍ସ) ଭ୍ଲାଦିମିର ଲାଦାନୋଭଙ୍କୁ ବିଦେଶ ମନ୍ତ୍ରଣାଳୟ
ୟୁକ୍ରେନରୁ ରବାନା ହୋଇଥିବା ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣରେ ଚାରି ଭାରତୀୟଙ୍କ ମୃତ୍ୟୁ, ଭାରତ ରୁଷର ପ୍ରଭାରୀ ରାଜଦୂତଙ୍କୁ କଲା ତଲବ


ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.)- ୟୁକ୍ରେନର ଓଡେସା ବନ୍ଦରରୁ ରବାନା ହୋଇଥିବା ବାଣିଜ୍ୟିକ ଜାହାଜ ଏମଭି ଗୋଲଡେନ୍ ଲିଓ ଉପରେ ହୋଇଥିବା ଆକ୍ରମଣରେ ଚାରି ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ଭାରତ ମଙ୍ଗଳବାର ରୁଷର ପ୍ରଭାରୀ ରାଜଦୂତ (ଚାର୍ଜେ ଡି' ଆଫେୟର୍ସ) ଭ୍ଲାଦିମିର ଲାଦାନୋଭଙ୍କୁ ବିଦେଶ ମନ୍ତ୍ରଣାଳୟକୁ ତଲବ କରି କଡ଼ା ବିରୋଧ ଜଣାଇଛି। ବିଦେଶ ମନ୍ତ୍ରଣାଳୟ ଏହି ଆକ୍ରମଣର ନିନ୍ଦା କରି କହିଛି ଯେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଲକ୍ଷ୍ୟ କରିବା ଏବଂ ନିରୀହ ନାଗରିକଙ୍କ ଜୀବନ ଯିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ।

ବିଦେଶ ମନ୍ତ୍ରଣାଳୟ କହିଛି ଯେ ୧୯ ଜୁଲାଇରେ ଏମଭି ଗୋଲଡେନ୍ ଲିଓ ଉପରେ ହୋଇଥିବା ଆକ୍ରମଣରେ ଚାରି ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମନ୍ତ୍ରଣାଳୟ ରୁଷର ପ୍ରଭାରୀ ରାଜଦୂତଙ୍କୁ ଭାରତର ଗମ୍ଭୀର ଚିନ୍ତା ବିଷୟରେ ଅବଗତ କରାଇ କହିଛି ଯେ ଏଭଳି ଆକ୍ରମଣ ଆନ୍ତର୍ଜାତିକ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା, ସଂରକ୍ଷା ଏବଂ ସ୍ଥିରତାକୁ ଦୁର୍ବଳ କରୁଛି। ଭାରତର ଏହି ଚିନ୍ତା ସମ୍ପର୍କରେ ରୁଷୀୟ କର୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଛି।

ବିଦେଶ ମନ୍ତ୍ରଣାଳୟ କହିଛି ଯେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଏବଂ ନିରୀହ ନାଗରିକଙ୍କ ମୃତ୍ୟୁ ପରି ଘଟଣାକୁ ସବୁ ପରିସ୍ଥିତିରେ ଏଡ଼ାଇବା ଉଚିତ। ଭାରତ ପୁଣିଥରେ ଦୋହରାଇଛି ଯେ ଆନ୍ତର୍ଜାତିକ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷିତ ଏବଂ ନିର୍ବିଘ୍ନ ଯାତାୟାତ ସୁନିଶ୍ଚିତ କରିବା ସମସ୍ତ ପକ୍ଷର ସାମୂହିକ ଦାୟିତ୍ୱ।

ଉଲ୍ଲେଖନୀୟ ଯେ, ଏମଭି ଗୋଲଡେନ୍ ଲିଓ ରବିବାର ୟୁକ୍ରେନର ଦକ୍ଷିଣ ସହର ଓଡେସାରୁ ରବାନା ହୋଇଥିଲା। ଯାତ୍ରା ସମୟରେ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା, ଯାହାଫଳରେ ଏଥିରେ ନିଆଁ ଲାଗିଯାଇଥିଲା। ଜାହାଜରେ ମୋଟ ୧୭ ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରେ ପାଂଚ ଜଣ ଭାରତୀୟ ନାଗରିକ ଥିଲେ। ଏହି ଆକ୍ରମଣରେ ଜାହାଜର ନଅ ଜଣ କ୍ରୁ ସଦସ୍ୟ ଏବଂ ବନ୍ଦରର ଜଣେ ୟୁକ୍ରେନୀୟ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ବିଦେଶ ମନ୍ତ୍ରଣାଳୟ ଷ୍ପଷ୍ଠ କରିଛି ଯେ ମୃତକମାନଙ୍କ ମଧ୍ୟରେ ଚାରି ଜଣ ଭାରତୀୟ ନାଗରିକ ଅଛନ୍ତି, ଯେତେବେଳେ ଅନ୍ୟ ଜଣେ ଭାରତୀୟ ଗୁରୁତର ଭାବେ ଆହତ ହୋଇଛନ୍ତି।

----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande