'ନାମଚି ଭୂସ୍ଖଳନ ଘଟଣାରେ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ ସିକିମ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ଵାସନା ଦେଲେ ଅମିତ ଶାହା
ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.)- କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସହ କଥା ହୋଇ ନାମଚି ଜିଲ୍ଲାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ନିକଟରେ ଭୂସ୍ଖଳନ ପରେ ଚାଲିଥିବା ପରିସ୍ଥିତି ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଅମିତ ଶାହା

ଶାହା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ, କେନ୍ଦ୍ର ସରକାର ଏହି କଠିନ ସମୟରେ ସିକିମ ସହିତ ଦୃଢ ଭାବରେ ଠିଆ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟକୁ ସଫଳ କରିବା ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ସେ କେନ୍ଦ୍ର ତରଫରୁ ସମସ୍ତ ସମ୍ଭାବ୍ୟ ସହାୟତା ଉପଲବ୍ଧ କରାଇବା ନେଇ ଆଶ୍ୱାସନା ଦେଇଥିଲେ ।

ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକର ଉଦ୍ୟମକୁ ଗୃହ ମନ୍ତ୍ରୀ ଶାହା ପ୍ରଶଂସା କରିଥିଲେ ଏବଂ ଆଶାବ୍ୟକ୍ତ କରିଥିଲେ ଯେ, ଫସି ରହିଥିବା ଲୋକଙ୍କୁ ଶୀଘ୍ର ଉଦ୍ଧାର କରାଯିବ ଏବଂ ପ୍ରଭାବିତ ପରିବାରକୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande