ଶିକ୍ଷାଗୁରୁ ବାବାଜୀ ବେହେରାଙ୍କ ପ୍ରତିମୂର୍ତି ଉନ୍ମୋଚନ ଓ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା
ଭଦ୍ରକ, ୨୨ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଅଂଚଳର ଜଣେ ଆଦର୍ଶ ଶିକ୍ଷକ, ସ୍ମରଣୀୟ ଶିକ୍ଷାବିତ୍, ଶିକ୍ଷକ ନେତା ତଥା ସାମାଜିକ କର୍ମୀ ସ୍ୱର୍ଗତ ବାବାଜୀ ବେହେରାଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତିମୂର୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅତ୍ୟନ୍ତ ଭାବ ବିହ୍ୱ
BABAJI BEHERA SRADHANJALI SABHA


ଭଦ୍ରକ, ୨୨ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଅଂଚଳର ଜଣେ ଆଦର୍ଶ ଶିକ୍ଷକ, ସ୍ମରଣୀୟ ଶିକ୍ଷାବିତ୍, ଶିକ୍ଷକ ନେତା ତଥା ସାମାଜିକ କର୍ମୀ ସ୍ୱର୍ଗତ ବାବାଜୀ ବେହେରାଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତିମୂର୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅତ୍ୟନ୍ତ ଭାବ ବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୃତିଚାରଣ ସଭାରେ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ପ୍ରତିମୂର୍ତିକୁ ଅନାବରଣ କରିଥିଲେ। ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି ଏବଂ ଧାମନଗର ବରିଷ୍ଠ ନାଗରିକ ପରିଷଦର ସାଧାରଣ ସମ୍ପାଦକ ସଚିକାନ୍ତ ପଣ୍ଡାଙ୍କ ମିଳିତ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସଂସଦର ସଭାପତି ତଥା ଶିକ୍ଷାବିତ ଲଷ୍ମୀଧର ଦାଶ ଏବଂ ସମ୍ପାଦକ ରମଣୀ ରଂଜନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ୱର୍ଗତ ବେହେରା ଏ ଅଂଚଳର ଜଣେ ଅମ୍ଳାନ ଜ୍ୟୋତି ଭାବେ ଅଭିହିତ କରି ସେ ଜଣେ ଆଦର୍ଶ ନେତା ଓ ଦକ୍ଷ ସଂଗଠକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ, ପ୍ରଦୀପ ମହାପାତ୍ର, ସଂଜିବ ମହାନ୍ତି, ପ୍ରାକ୍ତନ ପ୍ରଧାନଶିକ୍ଷକ ନିରାକାର ଧଳ, ମହେଶ୍ୱର ସ୍ୱାଇଁ, ନାରାୟଣ ଚନ୍ଦ୍ର ଯେନା, ଭିକାରୀ ଚରଣ ବେହେରା, ରବୀନ୍ଦ୍ର ପଣ୍ଡା, ସୂର୍ଯ୍ୟମଣି ସାହୂ, କୃଷ୍ଣ ଚନ୍ଦ୍ର ସାହୁ ଏବଂ ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ।ଏହି ଅବସରରେ କୃତି ଶିକ୍ଷକ ଭାସ୍କର ଚନ୍ଦ୍ର ସାମଲଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବିଦ୍ୟାଳୟ ସ୍ତରୀୟ ଦୁଇଜଣ ମେଧାବୀ ଛାତ୍ରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। କାନ୍ତ ସାହିତ୍ୟ ପରିଷଦର ସମ୍ପାଦକ ମନୋଜ କୁମାର ସିଂହ ମାନପତ୍ର ପାଠ କରିଥିଲେ। ଶେଷରେ ସ୍ୱର୍ଗତ ବେହେରାଙ୍କ ସୁକନ୍ୟା ପୁଷ୍ପାଞ୍ଜଳି ବେହେରା ସମସ୍ତ ଅତିଥି ଓ ଯୋଗଦେଇଥିବା ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande