



ସମ୍ବଲପୁର,୨୨, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ
ବାମରା ବ୍ଲକ୍ ସ୍ଥିତ ବାମରା ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟରେ ବୁଧବାର ଇଗ୍ନୁ ଅଧ୍ୟୟନ କେନ୍ଦ୍ର ଏବଂ ଇଗ୍ନୁ ଆଞ୍ଚଳିକ ନିର୍ଦ୍ଦେଶାଳୟ, ଅନୁଗୁଳର ମିଳିତ ଆନୁକୂଳ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଗ୍ନୁ ଆଞ୍ଚଳିକ ନିର୍ଦ୍ଦେଶକ ଅଭିଳାଷ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଗ୍ନୁର ବିଭିନ୍ନ ପାଠ୍ୟକ୍ରମ, ଉଚ୍ଚଶିକ୍ଷାର ସୁଯୋଗ ଏବଂ କ୍ୟାରିଅରର ବିଭିନ୍ନ ସମ୍ଭାବନା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହ ସେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କ ସନ୍ଦେହ ଦୂର କରିଥିଲେ। ଇଗ୍ନୁ ଅଧ୍ୟୟନ କେନ୍ଦ୍ରର ସଞ୍ଚାଳକ ପ୍ରଦୀପ୍ତ କୁମାର ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ବେଳେ, ଇଂରାଜୀ ବିଭାଗ ଅଧ୍ୟାପକ ଶ୍ୟାମସୁନ୍ଦର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ