ସମ୍ବଲପୁରରେ ଚିତ୍ରକଳା ପ୍ରଦର୍ଶନୀ ମଣିମା' ଉଦଯାପିତ
ସମ୍ବଲପୁରରେ ଚିତ୍ରକଳା ପ୍ରଦର୍ଶନୀ ମଣିମା' ଉଦଯାପିତ
ସମ୍ବଲପୁରରେ  ଚିତ୍ରକଳା ପ୍ରଦର୍ଶନୀ ମଣିମା' ଉଦଯାପିତ


ସମ୍ବଲପୁର, ୨୨, ଜୁଲାଇ (ହି.ସ.)

ସ୍ଥାନୀୟ ଓଡିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କ ସମୂହ ଚିତ୍ରକଳା ପ୍ରଦର୍ଶନୀ ମଣିମା ଆଜି ଉଦଯାପିତ ହୋଇଛି l ବିଶିଷ୍ଟ ଚିତ୍ରଶିଳ୍ପୀ ସୁଧାଂଶୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଆନ୍ତର୍ଜାତିକ କଳାକାର, ସଂଗ୍ରହାଧ୍ଯକ୍ଷକ ଏବଂ ଚଳଚିତ୍ର ନିର୍ମାତା ଆଶିଷ ପହି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର କଳା ଏବଂ କଳାକାରମାନଙ୍କ ଚାହିଦା କେମିତି ବୃଦ୍ଧି ପାଇବ, ସମାଜରେ କେମିତି ଚିତ୍ରକଳା ଗ୍ରହଣୀୟ ହୋଇ ପାରିବ ସେ ଉପରେ ବିଶେଷ ମତ ରଖିଥିଲେ l ଆୟୋଜକମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଅଂଶ ଗ୍ରହଣ କରିଥିବା କଳାକାରମାନଙ୍କୁ ଉତ୍ସାହିତ ତଥା ପ୍ରେରିତ କରି ଥିଲେ l ବରିଷ୍ଠ ଚିତ୍ରଶିଳ୍ପୀ ପବିତ୍ର ମୋହନ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ପ୍ରଦର୍ଶନୀରେ ବହୁ ପ୍ରବୀଣ ଓ ତରୁଣ ଶିଳ୍ପୀ ଙ୍କ ଚିତ୍ତାକର୍ଷକ ଚିତ୍ରକୃତୀ ଦର୍ଶକ ତଥା କଳାପ୍ରେମୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା l ପ୍ରଦର୍ଶନୀକୁ ଆଞ୍ଚଳିକ ଆର୍ଟ ଗେଲେରିର ପରିଚାଳକ ବିଦ୍ୟାପତି ପ୍ରଧାନ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande