ଓଜେସି ପକ୍ଷରୁ ଭୁବନେଶ୍ୱରରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ
Bhubaneswar, 22 ଜୁଲାଇ (ହି.ସ.) ଓଡ଼ିଶା ଜନତା କଂଗ୍ରେସର ଭିନ୍ନ ଭିନ୍ନ ସାଂଗଠନିକ ଜିଲ୍ଲା ସଭାପତି ଘୋଷଣା ହେବାପରେ ସେହିସବୁ ଜିଲ୍ଲା ଗୁଡ଼ିକରେ ସାଂଗଠନିକ ଶକ୍ତିବୃଦ୍ଧି ନିମନ୍ତେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହିକ୍ରମରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ଆଜି ସଭ୍ୟ ସଂଗ୍ର
ଓଜେସି ପକ୍ଷରୁ ଭୁବନେଶ୍ୱରରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ


Bhubaneswar, 22 ଜୁଲାଇ (ହି.ସ.)

ଓଡ଼ିଶା ଜନତା କଂଗ୍ରେସର ଭିନ୍ନ ଭିନ୍ନ ସାଂଗଠନିକ ଜିଲ୍ଲା ସଭାପତି ଘୋଷଣା ହେବାପରେ ସେହିସବୁ ଜିଲ୍ଲା ଗୁଡ଼ିକରେ ସାଂଗଠନିକ ଶକ୍ତିବୃଦ୍ଧି ନିମନ୍ତେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହିକ୍ରମରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ଆଜି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି। ସ୍ଥାନୀୟ ୟୁନିଟ୍-୧ ସ୍ଥିତ କସ୍ତୁରିବା ନାରୀମହଲଠାରେ ଆୟୋଜିତ ସଭାରେ ଦଳର ସଭାପତି ଇଂ ମହମ୍ମଦ ମୋକିମଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଳର ଉପସଭାପତି ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ଶ୍ରୀ ବଦ୍ରି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବାପରେ ଓଜେସି ଏହି ସବୁ ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଲଢ଼େଇ କରିବ ବୋଲି ସଭାପତି ଶ୍ରୀଯୁକ୍ତ ମହମ୍ମଦ ମୋକିମ୍ ଘୋଷଣା କରିଥିଲେ। ବିଗତ ଓ ବର୍ତ୍ତମାନ ସରକାରଙ୍କ ବିଫଳତା ପାଇଁ ଭୁବନେଶ୍ୱରର ବସ୍ତିବାସିନ୍ଦା ମାନଙ୍କର ଜୀବନଯାପନର ମାନ ଅତ୍ୟନ୍ତ ନିମ୍ନମାନର ହୋଇପଡ଼ିଥିବା ସ୍ଥଳେ, ସ୍ମାର୍ଟସିଟି ବୋଲାଉଥିବା ସହରରେ ରାସ୍ତାଘାଟ ଡ୍ରେନେଜ୍, ପିଇବା ପାଣି, ସ୍ୱରେଜ୍ ପରି ଅନେକ ସମସ୍ୟା ରହିଛି ବୋଲି ସେ କହିଥିଲେ।

ଓଜେସିର କର୍ମକର୍ତ୍ତାମାନଙ୍କୁ ସାଂଗଠନିକ ଆଭିମୁଖ୍ୟର ଗୁରୁମନ୍ତ୍ର ଦେଇ ପ୍ରତିୱାର୍ଡରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁରଖିବା ପାଇଁ ଶ୍ରୀ ମୋକିମ୍ ନିଜ ବକ୍ତବ୍ୟ ରଖିଥିଲେ । ଆଗାମୀ ତିନିମାସ ମଧ୍ୟରେ ଭୁବନେଶ୍ବରରେ ୧ ଲକ୍ଷ ସଦସ୍ୟଙ୍କୁ ଓଜେସିରେ ଯୋଡିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି । ବସ୍ତିରୁ ଆରମ୍ଭ କରି କଲୋନୀ ପର୍ଯ୍ୟନ୍ତ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ନାଗରିକ ମାନଙ୍କ ଘରକୁ ଘର ପହଞ୍ଚି ଓଜେସି ସଂଗଠନକୁ ବୁଥ୍ ସ୍ତରରୁ ମଜବୁତ କରାଯିବ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ୱାର୍ଡର ଶତାଧିକ ମହିଳା, ଯୁବ ଓ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଜେସିର ଉପସଭାପତି ପ୍ରଦୀପ ପ୍ରଧାନ, ନଜିବୁର ରେହମାନ ଖାନ୍, ଓଜେସି ସେବା ସଂଗଠନ ଅଧ୍ୟକ୍ଷ ମନୋଜ ଜେନା, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, କୃଷକ ଜନତା କଂଗ୍ରେସ ସଭାପତି ସଂଗ୍ରାମ କିଶୋର ମାଝୀ, ସୋମନାଥ ରାଉତ, ରାକେଶ ବେହେରା, ସୋନାଲି ମହାପାତ୍ର, ସୁଧୀର ରାଉତ, ପ୍ରିୟବତ ସାହୁ, ଉମେଶ ଦାସ, ଶରତ ମହାନ୍ତି, ଗଗନ ବେହେରା, ଶ୍ରୀକାନ୍ତ ସାମନ୍ତରାୟ, ସସ୍ମିତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande