ଧାମନଗର କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କୁ ମୋବାଇଲ ଓ ସାଇବର ଅପରାଧ ସମ୍ପର୍କରେ ଦିଆଗଲା ପରାମର୍ଶ
ଭଦ୍ରକ, ୨୨ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର କଲେଜ ପରିସରରେ ଧାମନଗର ପୋଲିସ ପକ୍ଷରୁ ଏକ ସାଇବର କ୍ରାଇମ ସଚେତନତା ଏବଂ ନୂତନ ଆଇନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମର ମୁଖ
DHAMNAGAR COLLEGE CYBER SACHETANATA


ଭଦ୍ରକ, ୨୨ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର କଲେଜ ପରିସରରେ ଧାମନଗର ପୋଲିସ ପକ୍ଷରୁ ଏକ ସାଇବର କ୍ରାଇମ ସଚେତନତା ଏବଂ ନୂତନ ଆଇନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନେ କିପରି ସତର୍କତାର ସହ ମୋବାଇଲ ଫୋନ୍ ଏବଂ ଇଂଟରନେଟ୍ ବ୍ୟବହାର କରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ଧାମନଗର ଏସ.ଡି.ପି.ଓ. ବିଷ୍ଣୁ ଚରଣ ବାରିକ ଏବଂ ଭଦ୍ରକ ସାଇବର ଥାନାର ଅଧିକାରୀ ଦୟାନିଧି ଦାସ ଯୋଗଦେଇ ବର୍ତମାନର ଡିଜିଟାଲ ଯୁଗରେ ସାଇବର ଠକେଇ, ଅନ୍ଲାଇନ ଫ୍ରଡ ଏବଂ ଏହାର ପ୍ରତିକାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ସଚେତନ କରାଇଥିଲେ। ଏଥିସହିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା , ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ପରି ନୂତନ ଅପରାଧିକ ଆଇନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ଏହି ଅବସରରେ ସାଇବର ସଚେତନତାକୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ଧାମନଗର ଥାନା ପକ୍ଷରୁ ଉପହାର ପ୍ରଦାନ କରିପ୍ରୋତ୍ସାହିତ କରାଯାଇଥିଲା। ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ଙ୍କୁ ଅନଲାଇନ ଠକେଇ, ଫିସିଂ ଏବଂ ସାଇବର ଅପରାଧର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇ ସେମାନଙ୍କୁ ସୁରକ୍ଷିତ ରଖିବା। ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ ଏବଂ ସୋସିଆଲ ମିଡିଆ ବ୍ୟବହାର କଲାବେଳେ କିପରି ବ୍ୟକ୍ତିଗତ ତଥ୍ୟ ଗୋପନ ରଖିବେ ଏବଂ ସତର୍କ ରହିବେ ସେନେଇ ଶିକ୍ଷା ଦେବା। ଯୁବ ସମାଜ ମଧ୍ୟରେ ଆଇନଗତ ସଚେତନତା ବୃଦ୍ଧି କରିବା ଏବଂ ପୋଲିସ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କର ବିଶ୍ୱାସ ଓ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ବକ୍ତବ୍ୟ କହିଥିଲେ।ଧାମନଗର ଥାନା ର ଏ ଏସ ଆଇ ନରେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande