ପାଣିତଳ ଜାହାଜ ବିରୋଧୀ ସ୍ୱଦେଶୀ ଯୁଦ୍ଧଜାହାଜ ‘ମାଲଭନ’ ଭାରତୀୟ ନୌସେନାରେ ସାମିଲ
- ନୌସେନାର ସାମୁଦ୍ରିକ ସୁରକ୍ଷା ଏବଂ ପାଣିତଳ ଜାହାଜ ବିରୋଧୀ କ୍ଷମତା ଆହୁରି ସୁଦୃଢ଼ ହେବ ନୂଆଦିଲ୍ଲୀ, ୨୨ ଜୁଲାଇ (ହି.ସ.)- ଭାରତୀୟ ନୌସେନା କର୍ଣ୍ଣାଟକର କାରୱାର ନୌସେନା ଘାଟିରେ ‘ଆଇଏନଏସ୍ ମାଲଭନ’କୁ ନିଜ ସହିତ ସାମିଲ କରିଛି। ମାହେ ଶ୍ରେଣୀର ଏହି ଦ୍ୱିତୀୟ ପାଣିତଳ ଜାହାଜ ବିରୋଧୀ ଯୁଦ୍ଧଜାହାଜକ
ପାଣିତଳ ଜାହାଜ ବିରୋଧୀ ସ୍ୱଦେଶୀ ଯୁଦ୍ଧଜାହାଜ ‘ମାଲଭନ’ ଭାରତୀୟ ନୌସେନାରେ ସାମିଲ


- ନୌସେନାର ସାମୁଦ୍ରିକ ସୁରକ୍ଷା ଏବଂ ପାଣିତଳ ଜାହାଜ ବିରୋଧୀ କ୍ଷମତା ଆହୁରି ସୁଦୃଢ଼ ହେବ

ନୂଆଦିଲ୍ଲୀ, ୨୨ ଜୁଲାଇ (ହି.ସ.)- ଭାରତୀୟ ନୌସେନା କର୍ଣ୍ଣାଟକର କାରୱାର ନୌସେନା ଘାଟିରେ ‘ଆଇଏନଏସ୍ ମାଲଭନ’କୁ ନିଜ ସହିତ ସାମିଲ କରିଛି। ମାହେ ଶ୍ରେଣୀର ଏହି ଦ୍ୱିତୀୟ ପାଣିତଳ ଜାହାଜ ବିରୋଧୀ ଯୁଦ୍ଧଜାହାଜକୁ କୋଚିନ୍ ଶିପୟାର୍ଡ ଲିମିଟେଡ୍ରେ ୮୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ସହ ‘ଆତ୍ମନିର୍ଭର ଭାରତ’ ଅଧୀନରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ନୌସେନାର ସାମୁଦ୍ରିକ ସୁରକ୍ଷା ଏବଂ ପାଣିତଳ ଜାହାଜ ବିରୋଧୀ କ୍ଷମତା ଆହୁରି ସୁଦୃଢ଼ ହେବ। ଏହା ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଯୁଦ୍ଧଜାହାଜ ନିର୍ମାଣରେ ଦେଶର ବଢ଼ୁଥିବା କ୍ଷମତାର ପରିଚାୟକ।

ଏହାକୁ ବିଶେଷ ଭାବରେ ଅଳ୍ପ ଗଭୀର ଉପକୂଳ ଅଂଚଳରେ ଶତ୍ରୁର ପାଣିତଳ ଜାହାଜ, ଅଣ୍ଡରୱାଟର ଡ୍ରୋନ ଏବଂ ସାମୁଦ୍ରିକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଧ୍ୱଂସ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଯୁଦ୍ଧଜାହାଜରେ ଉନ୍ନତ ସୋନାର ପ୍ରଣାଳୀ, ଲାଇଟୱେଟ୍ ଟର୍ପେଡୋ ଏବଂ ପାଣିତଳ ଜାହାଜ ବିରୋଧୀ ରକେଟ୍ ଲଂଚର ସ୍ଥାପନ କରାଯାଇଛି। ପ୍ରାୟ ୮୦ ମିଟର ଲମ୍ବା ଏବଂ ୧୧୦୦ ଟନ ବିସ୍ଥାପନ କ୍ଷମତା ବିଶିଷ୍ଟ ଏହି ଜାହାଜ ୱାଟର-ଜେଟ୍ ପ୍ରୋପଲସନରେ ସଜ୍ଜିତ, ଯାହା ଅଳ୍ପ ଗଭୀର ପାଣିରେ ମଧ୍ୟ ଏହାକୁ ଉଚ୍ଚ ଗତିଶୀଳତା ଏବଂ ପ୍ରାୟ ୨୫ ନଟ୍ସ (୪୬ କିମି/ଘଂଟା ପ୍ରତି )ର ସର୍ବାଧିକ ବେଗ ପ୍ରଦାନ କରେ। ଏହାର ନାମ ମହାରାଷ୍ଟ୍ରର ଐତିହାସିକ ଉପକୂଳ ସହର ‘ମାଲଭନ’ ନାମରେ ରଖାଯାଇଛି ଏବଂ ଏହାର ପ୍ରତୀକ ଚିହ୍ନରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରେରଣାରୁ ‘ବାଘ ନଖ’ (ବାଘର ପଞ୍ଜା)କୁ ସାମିଲ କରାଯାଇଛି।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande