
ଅନନ୍ତନାଗ, ୨୨ ଜୁଲାଇ (ହି.ସ.)- ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ବୁଧବାର ଅନନ୍ତନାଗ ସହରରେ ଆତଙ୍କବାଦୀମାନଙ୍କ ଆକ୍ରମଣରେ ଅମରନାଥ ଯାତ୍ରାର ସୁରକ୍ଷା ଡ୍ୟୁଟିରେ ନିୟୋଜିତ ଜଣେ ପୋଲିସକର୍ମୀ ଶହୀଦ ହୋଇଛନ୍ତି। ଲଶ୍କର-ଏ-ତେୟବା ଏକ ସହଯୋଗୀ ସଂଗଠନ 'ଦ ରେଜିଷ୍ଟାନ୍ସ ଫ୍ରଟ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।
ଅଧିକାରୀମାନେ କହିଛନ୍ତି ଯେ, ଅନନ୍ତନାଗର ଲାଲ ଚକରେ ଦିପ୍ରହର ପ୍ରାୟ ୧୨:୩୦ ବେଳେ ଗୁଳିଚାଳନା ହୋଇଥିଲା। ସେମାନେ କହିଛନ୍ତି ଯେ, ଅମରନାଥ ଯାତ୍ରାର ସୁରକ୍ଷା ଡ୍ୟୁଟିରେ ନିୟୋଜିତ ହେଡ୍ କନଷ୍ଟେବଲ୍ ଆଶିକ ହୁସେନ ଏହି ଆକ୍ରମଣରେ ଆହତ ହୋଇଥିଲେ ଏବଂ ତାଙ୍କୁ ଅନନ୍ତନାଗ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ପହଂଚିବା ପରେ ଡାକ୍ତରମାନେ ହୁସେନଙ୍କୁ ମୃତ ଘୋଷଣା କରିଥିଲେ। ସୁରକ୍ଷା ବଳ ଅଂଚଳକୁ ଘେରାବନ୍ଦୀ କରିଛି ଏବଂ ଆକ୍ରମଣକାରୀମାନଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି।
----------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ