
ସୁବର୍ଣପୁର, ୨୨ ଜୁଲାଇ(ହି.ସ.) – ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ମହୋତ୍ସବ ସୋନପୁରର ଚତୁର୍ଥ ଦିବସ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟ କ୍ରମରେ ନିର୍ଦ୍ଦେଶକ ଧନେଶ୍ୱର ଦାଶଙ୍କ ନିର୍ଦ୍ଦେଶନାରେ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଧନେଶ୍ୱର ଦାଶ ଟ୍ରୁପ କଳାକାରଙ୍କ ଦ୍ୱାରା ଭଜନ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିଦ ତଥା ବରିଷ୍ଠ ଆଇନ୍ଜୀବୀ ଶ୍ରୀ ପ୍ରଦୀପ ପୁରୋହିତ, ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠି ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରି ଆୟୋଜକ ଓ କଳାକାରଙ୍କୁ ପ୍ରଶଂଶା କରିଥିଲେ। ପ୍ରଭୁଙ୍କ କୃଷ୍ଣ କାଳୀୟ ଦଳନ ବଳରାମ ବେଶ ଦର୍ଶନ ଓ ଶ୍ରୀ କ୍ଷେତ୍ର ଭଜନ ସନ୍ଧ୍ୟା କଳାକାରଙ୍କ ସଙ୍ଗୀତ ଉପଭୋଗ ପାଇଁ ଭକ୍ତ ଶ୍ରଦ୍ଧାଳୁ ଓ ଶ୍ରୋତାଙ୍କ ଖୁବ୍ ଭିଡ଼ ଲଗି ରହିଥିଲା। ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଧନେଶ୍ୱର ଦାଶ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମଦନ ସୁନ୍ଦର ଖେଂଟି ସଭା ସଂଯୋଜନା କରିଥିଲେ। କମିଟି ସଭାପତି ମିଲନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ରାମେଶ୍ୱର ଦାଶ, ଧନେଶ୍ୱର ଦାଶ, ଗଗନ ବାଗ, ନିରୋଜ ପଟ୍ଟନାୟକ, ଓ ଜ୍ୟୋତିର୍ମୟୀ ବିଶି ପ୍ରମୁଖ ବିଶିଷ୍ଟ କଳାକାରମାନେ ସୁମଧୁର ଭଜନ ସଙ୍ଗୀତ ଗାନ କରି ଦର୍ଶକଙ୍କ ମନ ମୋହିଥିଲେ। ଭୁବନେଶ୍ୱର ଦାଶ ଗ୍ରୁପ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ। ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ, ଜୀବନର ଶେଷ ଗୀତ ରାମ ନାମ ସତ୍ୟ ଓ ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ ହେ ଜଗନ୍ନାଥ ଓ ଗୋପ ନଗରୀରୁ ଚିଠି ଆସିଛି ଭଜନ ସଙ୍ଗୀତ ଦର୍ଶକଙ୍କ ପାଇଁ ଖୁବ୍ ମନ ଛୁଆଁଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ଏହି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଧନେଶ୍ୱର ଦାଶ, ରାମେଶ୍ୱର ଦାଶ ଓ ଭୁବନେଶ୍ୱର ଦାଶ ଭଜନ ସନ୍ଧ୍ୟା ଟ୍ରୁପ କଳାକାର ଟ୍ରୁପଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଗୁଣ୍ଡିଚା ଯାତ୍ରା ମହୋତ୍ସବ କମିଟି ସଭାପତି ମିଲନ ମିଶ୍ର, ସଂପାଦକ ସିଦ୍ଧାର୍ଥ ମିଶ୍ର, ସକ୍ରିୟ ସଦସ୍ୟ ବିଶ୍ୱଜିତ୍ ମିଶ୍ର, ରାଜକିଶୋର ତ୍ରିପାଠି, ବିବେକା ନନ୍ଦ ମିଶ୍ର, ଅଭିନବ ମହାପାତ୍ର, ଗଙ୍ଗା ତରିଆ, ବେଣୁ ନାଏକ୍, ନାରାୟଣ ଦତ ପାଣ୍ଡେ , ପ୍ରମୁଖ ସମସ୍ତ ସଦସ୍ୟ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ