
ସମ୍ବଲପୁର,୨୨, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ ଅବୈଧ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ବେଶ୍ ସଫଳତା ହାସଲ କରିଛି। ଗତ କାଲି ସନ୍ଧ୍ୟା ସାଢେ ୬ଟା ବେଳେ ଏସ୍ଆଇ ସଞ୍ଜୟ କୁମାର ସାହୁ ଓ ସହକର୍ମୀ ସାନ୍ଧ୍ୟକାଳୀନ ପାଟ୍ରୋଲିଂ ବେଳେ ଅଟ୍ଟାଚକିପଡ଼ା ନିକଟସ୍ଥ ଫୁଟବଲ୍ ପଡ଼ିଆ ପାଖରେ ଚଢ଼ାଉ କରିଥିଲେ। ସେଠାରୁ ରେଢାଖୋଲ ଅଂଚଳର ଅମିତ ମହାନନ୍ଦକୁ ସନ୍ଦେହରେ ଅଟକ ରଖି ଜେରା କରିଥିଲେ। ଅଭିଯୁକ୍ତ ନିକଟରୁ ୧୮ଟି ସିଲ୍ୱନ୍ଦ ୧୦୦ ଏମ୍ଏଲ୍ର ୱିନ୍େସରେକ୍ସ କଫ୍ ସିରପ୍ ବୋତଲ, ୩ଟି ଖୋଲା ଢାକଣା ବିଶିଷ୍ଟ ୧୦୦ ଏମ୍ଏଲ୍ର କଫ୍ ସିରପ୍ ବୋତଲ ଏବଂ ୨୦୦ ଏମ୍ଏଲ୍ ଲେଖାଏଁ ୩୧ଟି ‘ବାର୍ଡ’ ମାର୍କା ଓଏସ୍ ମଦ ପାଉଚ୍ ପୋଲିସ ଜବତ କରିଥିଲା। ପୁଲିସ ଅଭିଯୁକ୍ତକୁ ୩୨୨/୨୬ ମାମଲାରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ