
ସମ୍ବଲପୁର, ୨୨ ଜୁଲାଇ(ହି.ସ.) – ଜୀବନ ସାରା ସୁମଧୁର କଣ୍ଠର ଯାଦୁରେ ବିମୋହିତ କରିବା ସହିତ ସମ୍ବଲପୁରୀ ଲୋକସଂଗୀତକୁ ଉଚ୍ଚ ସୋପାନ ରେ ପହଂଚାଇ ଥିବା ଶଙ୍କର ପ୍ରସାଦ ଦତଙ୍କୁ ଆଗାମୀ ଅଗଷ୍ଟ ଏକ ତାରିଖରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ରେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନିତ କରାଯିବ। ବୁଧବାର ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ଜନ୍ମଦିନ ଅଗଷ୍ଟ ଏକ ତାରିଖରେ ପାଳନ କରାଯାଉଥିବା ୧୪ ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ଅବସରରେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଏହି ସମ୍ମାନ ପ୍ରଦାନ କରାଯିବ।
ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ ବାପା ସ୍ୱର୍ଗତ ବିଭୂତି ଭୂଷଣ ଦତ ଓ ମା ମିନତା ରାଣୀ ଦତଙ୍କ ଠାରୁ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ। ବାପା ମାଁ ଙ୍କ ଠାରୁ ପ୍ରାରମ୍ଭିକ ସଂଗୀତ ଶିକ୍ଷା ପରେ ଉତ୍ପାଦ ସ୍ୱର୍ଗତ ରଫିକ୍ ଖାନ, ଗୁରୁ ସ୍ୱର୍ଗତ ଚିତରଞ୍ଜନ ମହାନ୍ତି, ସ୍ୱର୍ଗତ ଅଶୋକ ପଟ୍ଟନାୟକ ଓ ସ୍ୱର୍ଗତ ବିଭୁତେନ୍ଦ୍ର ସିଂଦେଓ, ଗୁରୁ ଅରୁଣ ପ୍ରସନ୍ତ ସେଠ, ସ୍ୱର୍ଗତ ଫକୀର ମୋହନ ପଟ୍ଟନାୟକ, ସ୍ୱର୍ଗତ ପ୍ରଭୁଦତ ପ୍ରଧାନଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ। ଏହାସହ ସ୍ୱର୍ଗତ ପ୍ରଦୀପ ପାତ୍ର, ପ୍ରଫୁଲ୍ଲ କରଙ୍କ ସାନିଧ୍ୟ ଲାଭ କରିଥୁଲେ।
୧୯୭୩ ସାଲେ ଆକାଶବାଣୀ ସମ୍ବଲପୁର ରୁ ସମ୍ବଲପୁରୀ ଲୋକସଂଗୀତ ଏବଂ ୧୯୮୭ ମସିହାରେ ଆକାଶବାଣୀ କଟକରୁ ସୁଗମ ସଂଗୀତ ପାଇଁ ଗାୟକ ଭାବେ ସ୍ୱୀକୃତି ପାଇଥିଲେ।
ସମ୍ବଲପୁର ଗୀତ ମାଲିକେ ମୋର ଆନୁଅଛେ ଜର ଭମରା, ବଏଁଶୀଟା କିଏ ନେଇଗଲାରେ, ଗୁଡ଼ର ପଏଁରୀ ବାଜେ ରାଇଁଝାଇଁରେ, ଜୁଡେ ମାଏଝୀର ଘୃଣା, ଶଶୁରଘ ରକେ ଜଏଁଗଲା ନୂଆଁଖାଇ, ବାଏର ତରେ ତରେ ଗଲାରେ ଭାଲୁ ଖସଖସ, ନାଇଁ ବଜା ବେନୁ ଆରୁ କାହ୍ନୁରେ ପ୍ରଭୃତି ପ୍ରାୟ ୩୦୦୦ ଗୀତ ଶଙ୍କର ପ୍ରସାଦ ଦତ ଗାଇଛନ୍ତି । ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ପ୍ରତିବର୍ଷ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଆଜୀବନ ସାଧନା ପାଇଁ ଜଣକୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇ ଆସୁଛି। ଏହିକ୍ରମରେ ୨୦୧୩ ରୁ ସ୍ୱର୍ଗତ ମଙ୍ଗଳୁ ଚରଣ ବିଶ୍ୱାଳ, ଗୁରୁ ଅରୁଣ ପ୍ରସନ୍ନ ସେଠ, ଲାଲ୍ ରତ୍ନାକର ସିଂହ, ପଦ୍ମଶ୍ରୀ ବିନୋଦ ପଶାୟତ, ବାନ୍ଧଶିଲ୍ପୀ ଭଗବାନ ମେହେର, ଅଟଲ ବିହାରୀ ପଣ୍ଡା, ଗୁରୁ ରଣଜିତ ନାଗ, ନାଟ୍ୟ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ, ଅମୃତଲାଲ ସାହୁ , ଗୁରୁ ଭାଗବତ ପ୍ରଧାନ, ସମ୍ବଲପୁରୀ ବହିର ପ୍ରଚାରକ ଶୀବ ଶଙ୍କର ପୂଜାରୀ, ଆର ଗଲା ବଛରେ ଅଭିନେତା ଭୁବନ ଭୋଇଙ୍କୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ କରାଯାଇ ଥିବା ମଂଚର ଆବାହକ ଭବାନୀଶ ଭୋଇ ଏବଂ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ