
ଘଟଗାଁ , ୨୨ ଜୁଲାଇ (ହି.ସ.) ଘଟଗାଁ ବ୍ଲକ ବଡ଼ ଜାମୁ ପଶି ପଂଚାୟତ କୁଣ୍ଡା ପିଠା ଗ୍ରାମକୁ ଏକ ଶୁଦ୍ଧି କ୍ରିୟା ରେ ଯୋଗ ଦେବାକୁ ପାଟଣା ଥାନା ସରଷାକୋଲା ପଂଚାୟତ ଖମୁଆ ଗ୍ରାମ କୁସୁମ ପଶି ସାହିର ଏକ ଦମ୍ପତି ନିଜ ବାଇକ ଯୋଗେ ଆସୁ ଥିବା ବେଳେ ବଡ଼ ଧନୁର୍ଜୟ ପୁର ଠାରେ ଭାର ସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲରକୁ ଧକ୍କାଦେଇ ଗୁରୁତର ଆହତ ଥିଲେ । ସେଠାକାର ଲୋକେ ୧୦୮ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାକୁ ପଠାଇ ଥିଲେ ଡାକ୍ତର ସ୍ୱାମୀ ସ୍ତ୍ରୀ ମଧ୍ୟରୁ ମହିଳା ସାବିତ୍ରୀ ମହନ୍ତ (୩୪)ଙ୍କୁ ମୃତ୍ୟୁ ଘୋଷଣା କରି ତାଙ୍କ ସ୍ୱାମୀ ଙ୍କ ଚିକିତ୍ସା ଚାଲୁ ରଖିଛନ୍ତି । ପାଟଣା ପୋଲିସ ଏକ ଅପମୃତ କେଶ ରୁଜୁ କରି ଘଟଣାର ତଦନ୍ତ କରୁ ଥିବା ପ୍ରକାଶ ।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ