
ନୂଆଦିଲ୍ଲୀ, ୨୫ ଜୁଲାଇ (ହି.ସ.) ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ସଭାପତି ସିପି ରାଧାକୃଷ୍ଣନ ଶନିବାର କହିଛନ୍ତି ଯେ ସୁସ୍ଥ ତର୍କବିତର୍କ ଗଣତନ୍ତ୍ରକୁ ସୁଦୃଢ଼ କରେ, ଯେତେବେଳେ ରଚନାତ୍ମକ ସହଯୋଗ ଦେଶକୁ ଆଗକୁ ବଢ଼ାଏ। ଉପରାଷ୍ଟ୍ରପତି ଆଜି ରାଜ୍ୟସଭାର ନବନିର୍ବାଚିତ ଏବଂ ମନୋନୀତ ସଦସ୍ୟମାନଙ୍କ ପାଇଁ ଆୟୋଜିତ ଦୁଇ ଦିନିଆ ଓରିଏଂଟେସନ୍-ସହ-ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରୁଥିଲେ। ସଦସ୍ୟମାନଙ୍କର ଦୃଷ୍ଟିଭଙ୍ଗୀ ଏବଂ ଦାୟିତ୍ୱକୁ ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଥିଲେ ଯେ ତର୍କ, ଆଲୋଚନା କିମ୍ବା ଏପରିକି ବାଧାର ମଧ୍ୟ ପରିଣାମ ସର୍ବଦା କୌଣସି ନିଷ୍ପତି ରୂପରେ ବାହାରିବା ଉଚିତ। ସଦନରେ ବିତାଯାଇଥିବା ପ୍ରତ୍ୟେକ ଦିନ, ପ୍ରତ୍ୟେକ ଘଂଟା, ପ୍ରତ୍ୟେକ ମିନିଟ୍ ଏବଂ ପ୍ରତ୍ୟେକ ସେକେଣ୍ଡକୁ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ବ୍ୟବହାର କରାଯିବା ଉଚିତ। ସଭାପତି ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ସୂଚନାଭିତିକ ତର୍କ, ସଦନର ନିୟମ ଏବଂ ପ୍ରକ୍ରିୟାକୁ ସମ୍ମାନ କରିବା ସହିତ ପ୍ରଶ୍ନକାଳ ଏବଂ ଶୂନ୍ୟକାଳର ପ୍ରଭାବଶାଳୀ ବ୍ୟବହାର କରି ସଦନର ସର୍ବୋଚ୍ଚ ପରମ୍ପରାକୁ ବଜାୟ ରଖନ୍ତୁ।
ଏହି ଅବସରରେ ରାଜ୍ୟସଭାର ଉପସଭାପତି ହରିବଂଶଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ