ସିୱାନ ହିଂସା : ଏକେ-୪୭ ରେ ଫାଙ୍କା ଗୁଳି ଚଳାଇଥିବା ଏସଆଇଟି ଯବାନ ନିଲମ୍ବିତ : ଭାଇରାଲ ଭିଡିଓ ପରେ ପୋଲିସ ମୁଖ୍ୟାଳୟର କାର୍ଯ୍ୟାନୁଷ୍ଠାନ
ସିୱାନ, ୨୭ ଜୁଲାଇ (ହି.ସ.)- ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ବିହାର ବନ୍ଦ ସମୟରେ ସିୱାନରେ ହିଂସାତ୍ମକ ବିକ୍ଷୋଭ ମଧ୍ୟରେ ଏକେ-୪୭ ରେ ଫାଙ୍କା ଗୁଳିଚାଳନା କରିଥିବା ଜଣେ ପୋଲିସ ଯବାନଙ୍କୁ ନିଲମ୍ବିତ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ଦୃଷ୍ଟିରେ ରଖି ପୋଲିସ ମୁଖ୍ୟାଳୟ ସ୍ୱତନ୍ତ
ସିୱାନ ହିଂସା : ଏକେ-୪୭ ରେ ଫାଙ୍କା ଗୁଳି ଚଳାଇଥିବା ଏସଆଇଟି ଯବାନ ନିଲମ୍ବିତ : ଭାଇରାଲ ଭିଡିଓ ପରେ ପୋଲିସ ମୁଖ୍ୟାଳୟର କାର୍ଯ୍ୟାନୁଷ୍ଠାନ


ସିୱାନ, ୨୭ ଜୁଲାଇ (ହି.ସ.)- ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ବିହାର ବନ୍ଦ ସମୟରେ ସିୱାନରେ ହିଂସାତ୍ମକ ବିକ୍ଷୋଭ ମଧ୍ୟରେ ଏକେ-୪୭ ରେ ଫାଙ୍କା ଗୁଳିଚାଳନା କରିଥିବା ଜଣେ ପୋଲିସ ଯବାନଙ୍କୁ ନିଲମ୍ବିତ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ଦୃଷ୍ଟିରେ ରଖି ପୋଲିସ ମୁଖ୍ୟାଳୟ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍. ଆଇ. ଟି.) ରେ ନିଯୁକ୍ତ ଜଣେ ଯବାନ ଅଭିଷେକ ପଟେଲଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରିଛି ।

ଜୁଲାଇ ୨୫ ରେ, ଗାନ୍ଧୀ ମଇଦାନ ଏବଂ ଜେ. ପି. ଚୌକ ପାଖାପାଖି ଛାତ୍ର ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା ଯେତେବେଳେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସମୟରେ ବିକ୍ଷୋଭକାରୀମାନେ ପଥର ଫିଙ୍ଗିଲେ, ବ୍ୟାରିକେଡ୍ ଭାଙ୍ଗିଥିଲେ ଏବଂ ସମଗ୍ର ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲେ । ଏହି ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ପୋଲିସ ଯବାନ ଭିଡ଼ ମଧ୍ୟରେ ଏକେ-୪୭ରୁ ଫାଙ୍କା ଗୁଳିଚାଳନା କରିଥିବା ଦେଖିବାକୁ ମିଳିଥିଲା । ଭିଡିଓଟି ସାମ୍ନାକୁ ଆସିବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠିଥିଲା ।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ମୁଖ୍ୟାଳୟ ଭାଇରାଲ ଭିଡ଼ିଓର ତଦନ୍ତ କରିଥିଲା । ପ୍ରାଥମିକ ତଦନ୍ତ ପରେ ଏସ୍. ଆଇ. ଟି. ରେ ଅବସ୍ଥାପିତ ଯବାନ ଅଭିଷେକ ପଟେଲଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଥିଲା । ପୋଲିସ ମୁଖ୍ୟାଳୟ ସ୍ପଷ୍ଟ କରିଛି ଯେ, ମାମଲାର ବିଭାଗୀୟ ତଦନ୍ତ ଚାଲିଛି ଏବଂ ଏହାର ରିପୋର୍ଟ ଆଧାରରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ହିଂସାରେ ସିୱାନ ପୋଲିସ ଅଧୀକ୍ଷକ (ଏସପି) ପୁରନ କୁମାର ଝାଙ୍କ ସମେତ ପ୍ରାୟ ୪୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ପଥର ମାଡ଼ରେ ଏସପିଙ୍କ ଗୋଡରେ ଆଘାତ ଲାଗିଥିବା ବେଳେ କର୍ତବ୍ୟରତ ଅନ୍ୟ କେତେକ ପୋଲିସ କର୍ମଚାରୀ ଏବଂ ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ । ପୋଲିସ ଦାବି କରିଛି ଯେ ଦୁର୍ବୃତମାନେ ପଥର ଫିଙ୍ଗିବା ସହିତ ପୋଲିସ ଉପରକୁ ଗୁଳି ଚଳାଇଥିଲେ, ଯାହା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ବଳ ପ୍ରୟୋଗ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande