ଦିଲ୍ଲୀ ବିଧାନସଭା ସୁରକ୍ଷା ତ୍ରୁଟି ଅଭିଯୋଗରେ ଅଭିଯୁକ୍ତ ସରବଜୀତଙ୍କ ମାନସିକ ସ୍ଥିତିର ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ଦିଲ୍ଲୀର ତୀସହଜାରୀ କୋର୍ଟ ଇହବାସ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦିଲ୍ଲୀ ବିଧାନସଭାରେ ସୁରକ୍ଷା ତ୍ରୁଟି ଅଭିଯୋଗରେ ଅଭିଯୁକ୍ତ ସରବଜୀତ ସିଂହଙ୍କ ମାନସିକ ସ୍ଥିତିର ମୂଲ୍ୟାଙ୍କନ କରି ଏହା ଜଣାଇବେ ଯେ, ସେ କୋର୍ଟରେ ନିଜ ପକ୍ଷ ସମର୍ଥନ କରିବାକୁ ସକ୍ଷମ କି
ଦିଲ୍ଲୀ ବିଧାନସଭା ସୁରକ୍ଷା ତ୍ରୁଟି ଅଭିଯୋଗରେ ଅଭିଯୁକ୍ତ ସରବଜୀତଙ୍କ ମାନସିକ ସ୍ଥିତିର ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ


ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ଦିଲ୍ଲୀର ତୀସହଜାରୀ କୋର୍ଟ ଇହବାସ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦିଲ୍ଲୀ ବିଧାନସଭାରେ ସୁରକ୍ଷା ତ୍ରୁଟି ଅଭିଯୋଗରେ ଅଭିଯୁକ୍ତ ସରବଜୀତ ସିଂହଙ୍କ ମାନସିକ ସ୍ଥିତିର ମୂଲ୍ୟାଙ୍କନ କରି ଏହା ଜଣାଇବେ ଯେ, ସେ କୋର୍ଟରେ ନିଜ ପକ୍ଷ ସମର୍ଥନ କରିବାକୁ ସକ୍ଷମ କି ନୁହେଁ। ଅତିରିକ୍ତ ସେସନ୍ସ ଜଜ ଅଙ୍କୁର ଜୈନ ଏହି ଆଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ୬ ଅଗଷ୍ଟରେ ହେବ।

ସରବଜୀତ ସିଂହ ନିୟମିତ ଜାମିନ ଆବେଦନ ଦାଖଲ କରିଛନ୍ତି। ଶୁଣାଣି ସମୟରେ ସରବଜୀତଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଅଂଶୁଲ ଶୁକ୍ଲା କହିଥିଲେ ଯେ, ମାନସିକ ସ୍ୱାସ୍ଥ୍ୟ ସେବା ଆଇନ ଅନୁଯାୟୀ ଆବେଦନ ଦାଖଲ କରାଯାଇଛି। ତଦନ୍ତ ଅଧିକାରୀ ସରବଜୀତଙ୍କ ଚିକିତ୍ସା ସମ୍ବନ୍ଧୀୟ ଦସ୍ତାବେଜଗୁଡ଼ିକର ସତ୍ୟତା ଯାଂଚ କରିସାରିଛନ୍ତି। ଶୁକ୍ଲା କହିଥିଲେ ଯେ, ସରବଜୀତ ବାଇପୋଲାର ଡିସଅର୍ଡରରେ ପୀଡ଼ିତ। ସେ କହିଥିଲେ ଯେ, ସରବଜୀତଙ୍କ ମାନସିକ ସ୍ଥିତିର ମୂଲ୍ୟାଙ୍କନ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇପାରେ। ଶୁକ୍ଲାଙ୍କ ଏହି ଯୁକ୍ତିକୁ ଦିଲ୍ଲୀ ପୁଲିସ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଅତୁଲ ଶ୍ରୀବାସ୍ତବ ବିରୋଧ କରିନଥିଲେ। ଏହାପରେ କୋର୍ଟ ଇହବାସ ହସ୍ପିଟାଲକୁ ମେଡିକାଲ ବୋର୍ଡ ଗଠନ କରିବାକୁ ଆଦେଶ ଦେଇଥିଲେ। କୋର୍ଟ ଜେଲ ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ, ଆବଶ୍ୟକ ପଡ଼ିଲେ ସରବଜୀତଙ୍କୁ ଇହବାସ ହସ୍ପିଟାଲର ଡାକ୍ତରଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତୁ।

୧୫ ଏପ୍ରିଲରେ ଶୁଣାଣି ସମୟରେ ସରବଜୀତଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀ ନ୍ୟାୟିକ ହାଜତ ଦାବିକୁ ବିରୋଧ କରି କହିଥିଲେ ଯେ, ତାଙ୍କର ମାନସିକ ସ୍ଥିତି ଠିକ୍ ନାହିଁ। ସେତେବେଳେ କୋର୍ଟ କହିଥିଲେ ଯେ, ସରବଜୀତଙ୍କୁ ଇହବାସ ମାନସିକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତୀ ମଧ୍ୟ କରାଯାଇଥିଲା।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande