ସରାଫା ବଜାରରେ ସାମାନ୍ୟ ପତନ, ଫିକା ପଡ଼ିଲା ସୁନା ଓ ରୂପାର ଚମକ
ନୂଆଦିଲ୍ଲୀ, ୨୭ ଜୁଲାଇ (ହି.ସ.)- ଦେଶୀୟ ସରାଫା ବଜାରରେ ଆଜି ପ୍ରାରମ୍ଭିକ କାରବାର ସମୟରେ ସାମାନ୍ୟ ପତନର ପ୍ରବୃତି ଦେଖିବାକୁ ମିଳୁଛି। ଦାମ କମିଥିବାରୁ ଦେଶର ଅଧିକାଂଶ ସରାଫା ବଜାରରେ ୨୪ କ୍ୟାରେଟ୍ ସୁନା ଆଜି ପ୍ରତି ୧୦ ଗ୍ରାମକୁ ୧,୪୪,୯୨୦ ଟଙ୍କାରୁ ୧,୪୫,୦୮୦ ଟଙ୍କା ମଧ୍ୟରେ କାରବାର ହେଉଛି। ସେ
ସରାଫା ବଜାରରେ ସାମାନ୍ୟ ପତନ, ଫିକା ପଡ଼ିଲା ସୁନା ଓ ରୂପାର ଚମକ


ନୂଆଦିଲ୍ଲୀ, ୨୭ ଜୁଲାଇ (ହି.ସ.)- ଦେଶୀୟ ସରାଫା ବଜାରରେ ଆଜି ପ୍ରାରମ୍ଭିକ କାରବାର ସମୟରେ ସାମାନ୍ୟ ପତନର ପ୍ରବୃତି ଦେଖିବାକୁ ମିଳୁଛି। ଦାମ କମିଥିବାରୁ ଦେଶର ଅଧିକାଂଶ ସରାଫା ବଜାରରେ ୨୪ କ୍ୟାରେଟ୍ ସୁନା ଆଜି ପ୍ରତି ୧୦ ଗ୍ରାମକୁ ୧,୪୪,୯୨୦ ଟଙ୍କାରୁ ୧,୪୫,୦୮୦ ଟଙ୍କା ମଧ୍ୟରେ କାରବାର ହେଉଛି। ସେହିପରି ୨୨ କ୍ୟାରେଟ୍ ସୁନା ଆଜି ପ୍ରତି ୧୦ ଗ୍ରାମକୁ ୧,୩୨,୮୪୦ ଟଙ୍କାରୁ ୧,୩୨,୯୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରୂପା ଦାମରେ ମଧ୍ୟ ସାଙ୍କେତିକ ଦୁର୍ବଳତା ଆସିଥିବାରୁ ଏହି ଚକଚକିଆ ଧାତୁ ଦିଲ୍ଲୀ ସରାଫା ବଜାରରେ ଆଜି ପ୍ରତି କିଲୋଗ୍ରାମକୁ ୨,୩୯,୯୦୦ ଟଙ୍କାରେ ବିକ୍ରି ହେଉଛି।

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଆଜି ପ୍ରତି ୧୦ ଗ୍ରାମକୁ ୧,୪୫,୦୭୦ ଟଙ୍କାରେ କାରବାର ହେଉଛି, ଯେତେବେଳେ ୨୨ କ୍ୟାରେଟ୍ ସୁନାର ଦାମ ପ୍ରତି ୧୦ ଗ୍ରାମକୁ ୧,୩୨,୯୯୦ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧,୪୪,୯୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧,୩୨,୮୪୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅହମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୧,୪୪,୯୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୧,୩୨,୮୯୦ ଟଙ୍କା ରେକର୍ଡ କରାଯାଇଛି।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande