ଆମେରିକାର ସ୍ୱାଧୀନତା ଉତ୍ସବରେ ଅଂଶଗ୍ରହଣ ପରେ ଭାରତୀୟ ନୌସେନାର ପ୍ରଶିକ୍ଷଣ ଜାହାଜ ସୁଦର୍ଶିନୀ ପର୍ତୁଗାଲ ଅଭିମୁଖେ କଲା ଯାତ୍ରା
ୱାଶିଂଟନ/ନୂଆଦିଲ୍ଲୀ, ୨୭ ଜୁଲାଇ (ହି.ସ.)- ଭାରତୀୟ ନୌସେନାର ପ୍ରଶିକ୍ଷଣ ଜାହାଜ ଆଇଏନଏସ ସୁଦର୍ଶିନୀ ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବା ପରେ ପର୍ତୁଗାଲ ଅଭିମୁଖେ ଯାତ୍ରା କରିଛି। ସୁଦର୍ଶିନୀ ଆମେରିକାରେ ଏକ ମାସର ଯାତ୍ରା ସମାପ୍ତ କରିଛି। ଏହି ସ୍ୱଦେଶୀ ଜାହାଜ ତାହାର ଐ
ଆମେରିକାର ସ୍ୱାଧୀନତା ଉତ୍ସବରେ ଅଂଶଗ୍ରହଣ ପରେ ଭାରତୀୟ ନୌସେନାର ପ୍ରଶିକ୍ଷଣ ଜାହାଜ ସୁଦର୍ଶିନୀ ପର୍ତୁଗାଲ ଅଭିମୁଖେ କଲା ଯାତ୍ରା


ୱାଶିଂଟନ/ନୂଆଦିଲ୍ଲୀ, ୨୭ ଜୁଲାଇ (ହି.ସ.)- ଭାରତୀୟ ନୌସେନାର ପ୍ରଶିକ୍ଷଣ ଜାହାଜ ଆଇଏନଏସ ସୁଦର୍ଶିନୀ ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବା ପରେ ପର୍ତୁଗାଲ ଅଭିମୁଖେ ଯାତ୍ରା କରିଛି। ସୁଦର୍ଶିନୀ ଆମେରିକାରେ ଏକ ମାସର ଯାତ୍ରା ସମାପ୍ତ କରିଛି। ଏହି ସ୍ୱଦେଶୀ ଜାହାଜ ତାହାର ଐତିହାସିକ 'ଲୋକାୟନ ୨୦୨୬' ଅଭିଯାନ ଅଧୀନରେ ପ୍ରାୟ ୧୩,୦୦୦ ନଟିକାଲ ମାଇଲ ଦୀର୍ଘ ଯାତ୍ରା କରି ଆମେରିକାର ପୂର୍ବ ଉପକୂଳରେ ପହଂଚିଥିଲା ଏବଂ ଜୁଲାଇ ୪ ତାରିଖରେ ଆମେରିକାର ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହ ଅବସରରେ ନ୍ୟୁୟର୍କରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ସମ୍ମୁଖ ଦେଇ ତ୍ରିରଙ୍ଗା ପତାକା ଉଡ଼ାଇ ଅତିକ୍ରମ କରିଥିଲା।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଜୁଲାଇ ୨୬ ତାରିଖରେ ଜାରି କରିଥିବା ଏକ ବିବୃତିରେ କହିଛି ଯେ, ସୁଦର୍ଶିନୀ 'ଲୋକାୟନ ୨୦୨୬' ଅଧୀନରେ ଜୁଲାଇ ୨୫ ତାରିଖରେ ଆମେରିକାର ବୋଷ୍ଟନରୁ ଯାତ୍ରା କରିଥିଲା। ଏହାର ପ୍ରବାସ ସମୟରେ ଜାହାଜଟି ପ୍ରତିଷ୍ଠିତ ସେଲ ୨୫୦ ସମାରୋହ ଏବଂ ଆନ୍ତର୍ଜାତୀୟ ନୌସେନା ସମୀକ୍ଷା ୨୫୦ରେ ଭାରତର ଗୌରବମୟ ପ୍ରତିନିଧିତ୍ୱ କରି ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ପ୍ରଦର୍ଶନ କରିଥିଲା। ବୃତିଗତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସାମୁଦ୍ରିକ ସହଭାଗିତାକୁ ସୁଦୃଢ଼ କରିଥିଲା।

ବିବୃତି ଅନୁଯାୟୀ, ଆଇଏନଏସ ସୁଦର୍ଶିନୀ ନରଫୋକ, ବାଲ୍ଟିମୋର, ନ୍ୟୁୟର୍କ ଏବଂ ବୋଷ୍ଟନରେ ଆୟୋଜିତ ଭବ୍ୟ 'ପରେଡ ଅଫ୍ ସେଲ' ଏବଂ ଇଂଟରନ୍ୟାସନାଲ ନେଭାଲ ରିଭ୍ୟୁ ୨୫୦ରେ ଅଂଶଗ୍ରହଣ କରିଥିଲା। ବିଶିଷ୍ଟ ବ୍ୟକ୍ତିବିଶେଷ, ଭାରତୀୟ ପ୍ରବାସୀ ସମୁଦାୟର ସଦସ୍ୟ ଏବଂ ଆନ୍ତର୍ଜାତୀୟ ନୌସେନା ପ୍ରତିନିଧିମଣ୍ଡଳଙ୍କୁ ଆତିଥ୍ୟ ପ୍ରଦାନ କରିଥିଲା। ଏହା ସହ ସାମୁଦ୍ରିକ ସହଯୋଗ ଏବଂ ମୈତ୍ରୀ ପ୍ରତି ଭାରତର ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଥିଲା। ଆଇଏନଏସ ସୁଦର୍ଶିନୀ ବର୍ତମାନ ପର୍ତୁଗାଲର ଆଜୋରେସ୍ର ପୋଂଟା ଡେଲଗାଡା ଅଭିମୁଖେ ଯାତ୍ରା କରିସାରିଛି। ଏହି ଜାହାଜ ବିଶ୍ୱ ମଂଚରେ ଭାରତର ସାମୁଦ୍ରିକ ଶକ୍ତି, ବୃତିଗତତା ଏବଂ ସଦ୍ଭାବନାର ପ୍ରତୀକ ହୋଇ ରହିଛି।

ଜୁଲାଇ ୪ ତାରିଖରେ ଏହି ଜାହାଜ ନ୍ୟୁୟର୍କରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ସମ୍ମୁଖ ଦେଇ ତ୍ରିରଙ୍ଗା ପତାକା ଉଡ଼ାଇ ଅତିକ୍ରମ କରିଥିଲା। ଏହି ଐତିହାସିକ ମୁହୂର୍ତକୁ ଭାରତରେ ଥିବା ଆମେରିକୀୟ ଦୂତାବାସ ଅତ୍ୟନ୍ତ ଚମତ୍କାର ଦୃଶ୍ୟ ବୋଲି ବର୍ଣ୍ଣନା କରିଛି। ବୋଷ୍ଟନରେ ଥିବା ଭାରତୀୟ ମହାବାଣିଜ୍ୟ ଦୂତଙ୍କ ଅନୁସାରେ, ଏହି ପ୍ରତିଷ୍ଠିତ ବୈଶ୍ୱିକ ଆୟୋଜନରେ ଅଂଶଗ୍ରହଣ କରୁଥିବା ସୁଦର୍ଶିନୀ ସମଗ୍ର ଏସିଆ ଏବଂ ବ୍ୟାପକ ହିନ୍ଦ ମହାସାଗର ଅଂଚଳର ଏକମାତ୍ର ନୌସେନା ଜାହାଜ ଅଟେ।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande