ଲୋକସଭାରେ ସାର୍ବଜନିକ ପରୀକ୍ଷା (ଅନୁଚିତ ଉପାୟର ନିରୋଧ) ସଂଶୋଧନ ବିଧେୟକ-୨୦୨୬ ଉପସ୍ଥାପିତ
-ବିରୋଧୀ ଦଳର ହଙ୍ଗାମା ମଧ୍ୟରେ ଉଭୟ ସଦନର କାର୍ଯ୍ୟବିଧି ଦୁଇଟା ପର୍ଯ୍ୟନ୍ତ ସ୍ଥଗିତ ନୂଆଦିଲ୍ଲୀ, ୨୭ ଜୁଲାଇ (ହି.ସ.)- ବିରୋଧୀ ଦଳର ସାଂସଦମାନଙ୍କ ହଙ୍ଗାମା ଏବଂ ସ୍ଲୋଗାନବାଜି ମଧ୍ୟରେ କେନ୍ଦ୍ର ସରକାର ସୋମବାର ଲୋକସଭାରେ ସାର୍ବଜନିକ ପରୀକ୍ଷା (ଅନୁଚିତ ଉପାୟର ନିରୋଧ) ସଂଶୋଧନ ବିଧେୟକ, ୨୦୨୬ ଉ
ଲୋକସଭାରେ ସାର୍ବଜନିକ ପରୀକ୍ଷା (ଅନୁଚିତ ଉପାୟର ନିରୋଧ) ସଂଶୋଧନ ବିଧେୟକ-୨୦୨୬ ଉପସ୍ଥାପିତ


-ବିରୋଧୀ ଦଳର ହଙ୍ଗାମା ମଧ୍ୟରେ ଉଭୟ ସଦନର କାର୍ଯ୍ୟବିଧି ଦୁଇଟା ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ, ୨୭ ଜୁଲାଇ (ହି.ସ.)- ବିରୋଧୀ ଦଳର ସାଂସଦମାନଙ୍କ ହଙ୍ଗାମା ଏବଂ ସ୍ଲୋଗାନବାଜି ମଧ୍ୟରେ କେନ୍ଦ୍ର ସରକାର ସୋମବାର ଲୋକସଭାରେ ସାର୍ବଜନିକ ପରୀକ୍ଷା (ଅନୁଚିତ ଉପାୟର ନିରୋଧ) ସଂଶୋଧନ ବିଧେୟକ, ୨୦୨୬ ଉପସ୍ଥାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଡ଼ଃ ଜିତେନ୍ଦ୍ର ସିଂହ ସଦନରେ ବିଧେୟକ ଉପସ୍ଥାପନ କରିଥିଲେ। ବିରୋଧୀଙ୍କ ଲଗାତାର ବିରୋଧ ଏବଂ ହୋହଲ୍ଲା କାରଣରୁ ଲୋକସଭା ବାଚସ୍ପତି ଓମ ବିର୍ଲା ସଦନର କାର୍ଯ୍ୟବିଧିକୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ। ରାଜ୍ୟସଭାର କାର୍ଯ୍ୟବିଧି ମଧ୍ୟ ସେହି ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା।

ସକାଳ ୧୧ଟାରେ ଉଭୟ ସଦନର କାର୍ଯ୍ୟବିଧି ଆରମ୍ଭ ହେବାମାତ୍ରେ ବିରୋଧୀ ସାଂସଦମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ଲୋଗାନବାଜି ଆରମ୍ଭ କରିଥିଲେ। ଲଗାତାର ହଙ୍ଗାମା କାରଣରୁ ପ୍ରଥମେ ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟବିଧିକୁ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ଦ୍ୱିପ୍ରହର୧୨ଟାରେ କାର୍ଯ୍ୟବିଧି ପୁଣି ଆରମ୍ଭ ହେବା ପରେ ମଧ୍ୟ ଅଚଳାବସ୍ଥା ଜାରି ରହିଥିଲା, ଯାହା ପରେ ଉଭୟ ସଦନର କାର୍ଯ୍ୟବିଧିକୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା।

୨୦୨୪ ମସିହାରେ ପ୍ରଣୀତ ଆଇନରେ ସଂଶୋଧନ ପାଇଁ ସରକାର ଏହି ବିଧେୟକ ଉପସ୍ଥାପନ କରିଛନ୍ତି। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍ ଅଭିଯୁକ୍ତମାନଙ୍କ ପାଇଁ ଅଧିକ କଠୋର ଦଣ୍ଡ ଏବଂ ଭାରୀ ଜରିମାନାର ବ୍ୟବସ୍ଥା କରାଯାଇଛି। ଏହା ସହ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ ଅଦାଲତ ଗଠନ କରିବାର ଅଧିକାର ଦେବାକୁ ପ୍ରସ୍ତାବ ରହିଛି, ଯେଉଁଠାରେ ଏଭଳି ମାମଲାର ପ୍ରତିଦିନ ଶୁଣାଣି ହେବ। ଏହି ଆଇନ କେନ୍ଦ୍ର ସରକାର ଏବଂ ତାହାର ଏଜେନ୍ସିମାନଙ୍କ ଦ୍ୱାରା ଆୟୋଜିତ ସାର୍ବଜନିକ ପରୀକ୍ଷା ଉପରେ ପ୍ରଯୁଜ୍ୟ ହେବ। ଏହାର ପରିସରରେ ସଂଘ ଲୋକ ସେବା ଆୟୋଗ (ୟୁପିଏସସି), କର୍ମଚାରୀ ଚୟନ ଆୟୋଗ (ଏସଏସସି), ରେଳ ନିଯୁକ୍ତି, ବ୍ୟାଙ୍କିଙ୍ଗ ନିଯୁକ୍ତି ପରୀକ୍ଷା, ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ନିଯୁକ୍ତି ଏବଂ ପ୍ରବେଶିକା ପରୀକ୍ଷା ସାମିଲ ହେବ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande