ସଂସଦରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଅଚଳାବସ୍ଥା ଦୂର
ନୂଆଦିଲ୍ଲୀ, ୨୭ ଜୁଲାଇ(ହି.ସ.) – ସଂସଦର ଚଳିତ ଅଧିବେଶନ ଆରମ୍ଭରୁ ଚାଲିଥିବା ଅଚଳାବସ୍ଥା ଦୂର ହୋଇଛି। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଏକ ବିଲ୍ ଉପରେ ଆଲୋଚନା କରିବାକୁ ବିରୋଧୀ ସଦସ୍ୟମାନେ ରାଜି ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉଦ୍ୟମରେ ପ୍ରମୁଖ ରାଜନୈତିକ ଦଳର ଫ୍ଲୋର ଲିଡରମାନେ ଗ
ସଂସଦରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଅଚଳାବସ୍ଥା ଦୂର


ନୂଆଦିଲ୍ଲୀ, ୨୭ ଜୁଲାଇ(ହି.ସ.) – ସଂସଦର ଚଳିତ ଅଧିବେଶନ ଆରମ୍ଭରୁ ଚାଲିଥିବା ଅଚଳାବସ୍ଥା ଦୂର ହୋଇଛି। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଏକ ବିଲ୍ ଉପରେ ଆଲୋଚନା କରିବାକୁ ବିରୋଧୀ ସଦସ୍ୟମାନେ ରାଜି ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉଦ୍ୟମରେ ପ୍ରମୁଖ ରାଜନୈତିକ ଦଳର ଫ୍ଲୋର ଲିଡରମାନେ ଗୃହରେ ଏହି ବିଲ୍ ଉପରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଠାରୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ଆରମ୍ଭ କରିବାକୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ରାଜି ହେବା ସହିତ ସଂସଦରେ ସାର୍ବଜନୀନ ପରୀକ୍ଷା(ଅନୁପଯୁକ୍ତ ଉପାୟର ପ୍ରତିରୋଧ) ବିଲ୍-୨୦୨୬ ଉପରେ ଅଚଲାବସ୍ଥା ସମାପ୍ତ ହୋଇଛି। ଗୃହ କାର୍ଯ୍ୟାନୁଷ୍ଠାନ ସମୟରେ, ଓମ୍ ବିର୍ଲା ସମସ୍ତ ପକ୍ଷଙ୍କୁ ଅନୁରୋଧ କରିଥିଲେ ଯେ ଏହି ପ୍ରସଙ୍ଗ ଦେଶର କୋଟି କୋଟି ଛାତ୍ରଛାତ୍ରୀ, ଯୁବକ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ୱଚ୍ଛତା ସହ ଜଡ଼ିତ। ଏଭଳି ସ୍ଥିତିରେ ଏହା ଉପରେ ବ୍ୟାପକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ହେବା ଉଚିତ।

ବାଚସ୍ପତିଙ୍କ ଏହି ସକାରାତ୍ମକ ପଦକ୍ଷେପ ପରେ, ଲୋକସଭା ବାଚସ୍ପତି ବିଭିନ୍ନ ରାଜନୈତିକ ଦଳର ଫ୍ଲୋର ଲିଡରଙ୍କ ସହ ବ୍ୟକ୍ତିଗତ ସାକ୍ଷାତ କରିଥିଲେ ।। ଫଳସ୍ୱରୂପ, ଉଭୟ ଶାସକ ଦଳ ଏବଂ ବିରୋଧୀ ଏକ ସହମତି ହାସଲ କରିଥିଲେ ଏବଂ ମଙ୍ଗଳବାର ଦିନ ଏହି ବିଲ୍ ଉପରେ ବିସ୍ତୃତ ଆଲୋଚନା କରିବାକୁ ନିଷ୍ପତି ନେଇଥିଲେ। ଏହା ଗୃହରେ ସହମତି ଏବଂ ଆଲୋଚନାର ଭାବନାକୁ ମଧ୍ୟ ସୁଦୃଢ଼ କରିଛି।

ପ୍ରଶ୍ନପତ୍ର ଲିକ୍, ନକଲ, ସଂଗଠିତ ପରୀକ୍ଷା ମାଫିଆ ଏବଂ ସାର୍ବଜନୀନ ପରୀକ୍ଷାରେ ଅନ୍ୟାନ୍ୟ ଅନ୍ୟାୟ ଉପାୟକୁ ପ୍ରଭାବଶାଳୀ ଭାବରେ ରୋକିବା ଏହି ବିଲ୍ର ଉଦ୍ଦେଶ୍ୟ। ମଙ୍ଗଳବାର ଦିନ ଆଲୋଚନା ସମୟରେ ବିଭିନ୍ନ ଦଳ ବିଲ୍ର ବ୍ୟବସ୍ଥା ଉପରେ ସେମାନଙ୍କ ପରାମର୍ଶ ଏବଂ ସଂଶୋଧନ ରଖିବାର ସମ୍ଭାବନା ରହିଛି। ଆଲୋଚନା ପରେ ସରକାର ଏହି ପରାମର୍ଶଗୁଡ଼ିକର ଉତର ଦେବେ ଏବଂ ଏହାପରେ ବିଲ୍ ଗୃହର ଅନୁମୋଦନ ପାଇଁ ଦାଖଲ କରାଯିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande