ନେପାଳର ସୁନସରୀରେ ସାମ୍ପ୍ରଦାୟିକ ଉତେଜନା ପରେ କର୍ଫ୍ୟୁ ଜାରି, ସଂଘର୍ଷରେ ଜଣେ ମୃତ, ୨୧ ଆହତ
କାଠମାଣ୍ଡୁ, ୨୭ ଜୁଲାଇ (ହି.ସ.) ନେପାଳର ସୀମାନ୍ତବର୍ତୀ ସହର ସୁନସରୀର ଦେୱାନଗଞ୍ଜରେ ରବିବାର ରାତିରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ପରେ ଆଜି ସକାଳଠାରୁ ସମଗ୍ର ଅଂଚଳରେ କର୍ଫ୍ୟୁ ଜାରି କରାଯାଇଛି। ଏହି ସଂଘର୍ଷରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ଗୁଳି ଲାଗି ୨୧ ଜଣ ଆହତ ହୋଇଥିବା ସୂଚନ
ନେପାଳର ସୁନସରୀରେ ସାମ୍ପ୍ରଦାୟିକ ଉତେଜନା ପରେ କର୍ଫ୍ୟୁ ଜାରି, ସଂଘର୍ଷରେ ଜଣେ ମୃତ, ୨୧ ଆହତ


କାଠମାଣ୍ଡୁ, ୨୭ ଜୁଲାଇ (ହି.ସ.) ନେପାଳର ସୀମାନ୍ତବର୍ତୀ ସହର ସୁନସରୀର ଦେୱାନଗଞ୍ଜରେ ରବିବାର ରାତିରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ପରେ ଆଜି ସକାଳଠାରୁ ସମଗ୍ର ଅଂଚଳରେ କର୍ଫ୍ୟୁ ଜାରି କରାଯାଇଛି। ଏହି ସଂଘର୍ଷରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ଗୁଳି ଲାଗି ୨୧ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ସୁନସରୀ ଜିଲ୍ଲାର ପାଂଚଟି ଭିନ୍ନ ଅଂଚଳରେ ଅନିର୍ଦ୍ଦିଷ୍ଟକାଳୀନ କର୍ଫ୍ୟୁ ଜାରି କରିବାକୁ ଆଦେଶ ଦେଇଛି। ପ୍ରମୁଖ ଜିଲ୍ଲା ଅଧିକାରୀ (ସିଡିଓ) ବାସୁଦେବ ଘିମିରେ ସ୍ଥାନୀୟ ପ୍ରଶାସନ ଅଧିନିୟମର ଧାରା ୬ (କ) ଅନୁଯାୟୀ ସୋମବାର ସକାଳ ୭ଟାରୁ କାର୍ଯ୍ୟକାରୀ ହେବାକୁ ଥିବା କର୍ଫ୍ୟୁ ଆଦେଶ ଜାରି କରିଛନ୍ତି।

ଚାରୋଟି ସୀମା ନିର୍ଦ୍ଧାରଣ କରାଯାଇ ଏହି କର୍ଫ୍ୟୁ ପରବର୍ତୀ ସୂଚନା ଜାରି ହେବା ପର୍ଯ୍ୟନ୍ତ ବଳବତର ରହିବ। ଗତକାଲି ବିଳମ୍ବିତ ରାତିରେ ସୁନସରୀର ଦେୱାନଗଞ୍ଜରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ କରିଥିବା ଗୁଳିଚାଳନାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଏବଂ ୨୧ ଜଣ ଆହତ ହେବା ପରେ ସେହି ଅଂଚଳରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇପଡ଼ିଛି।

କର୍ଫ୍ୟୁ ଲାଗୁ ହୋଇଥିବା ଅଂଚଳଗୁଡ଼ିକରେ ଯାତାୟାତ, ଯେକୌଣସି ପ୍ରକାରର ସଭା, ଶୋଭାଯାତ୍ରା, ପ୍ରଦର୍ଶନ, ବୈଠକ ଏବଂ ଘେରାଉ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଜାରି କରାଯାଇଛି।

ସିଡିଓଙ୍କ ଆଦେଶ ଅନୁଯାୟୀ ଯେଉଁ ଅଂଚଳଗୁଡ଼ିକରେ କର୍ଫ୍ୟୁ ଲାଗୁ କରାଯାଇଛି, ସେଥିରେ ହରିନଗରା ବଜାର ଅଂଚଳ (ପୂର୍ବରେ ନୁନିଆ ଟୋଲ, ପଶ୍ଚିମରେ ପଶ୍ଚିମ ଖୁନିଆ ଧାର, ଉତରରେ ହରିନଗର ଗାଉଁପାଳିକା କାର୍ଯ୍ୟାଳୟ ଏବଂ ଦକ୍ଷିଣରେ ବସନ୍ତପୁର ମୋଡ଼), ଭୁଟାହା ବଜାର ଅଂଚଳ (ପୂର୍ବରେ ମୋରିୟା ଧାର ଖୋଲା, ପଶ୍ଚିମରେ ଇଦଗାହ ଫିଲ୍ଡ, ଉତରରେ ସୁନସରୀ ଖୋଲା ଏବଂ ଦକ୍ଷିଣରେ ହରିନଗର ଗାଉଁପାଳିକା କାର୍ଯ୍ୟାଳୟ) ଏବଂ କସନାଗଞ୍ଜ ବଜାର ଅଂଚଳ (ପୂର୍ବରେ ଯାଦବ ଟୋଲ, ମାଧ୍ୟମିକ ବିଦ୍ୟାଳୟ, ଉତରରେ କୃଷ୍ଣ ମାଧ୍ୟମିକ ବିଦ୍ୟାଳୟ ଏବଂ ଦକ୍ଷିଣରେ ନେପାଳ-ଭାରତ ସୀମା ଅଂଚଳ) ସାମିଲ ଅଛି।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande