ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡାର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ
ମାଲକାନଗିରି, ୧ ଅଗଷ୍ଟ (ହି.ସ.)- ଶନିବାର ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡାର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ୱାଭିମାନ ଅଞ୍ଚଳରେ ଉଚ୍ଚଶିକ୍ଷାର ମାନବୃଦ୍ଧି ତଥା ପ୍ରସାର- ପ୍ରଚାର ନିମନ୍ତେ ଗତ ତିନି ବର୍ଷ ଧରି ଏହି ସରକାରୀ ଶିକ୍ଷାନୁଷ୍ଠାନ ତା''ର ପ୍ରୟାସ ଜାରି ରଖିଛି। ଏହ
ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡାର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ


ମାଲକାନଗିରି, ୧ ଅଗଷ୍ଟ (ହି.ସ.)- ଶନିବାର ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡାର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ୱାଭିମାନ ଅଞ୍ଚଳରେ ଉଚ୍ଚଶିକ୍ଷାର ମାନବୃଦ୍ଧି ତଥା ପ୍ରସାର- ପ୍ରଚାର ନିମନ୍ତେ ଗତ ତିନି ବର୍ଷ ଧରି ଏହି ସରକାରୀ ଶିକ୍ଷାନୁଷ୍ଠାନ ତା'ର ପ୍ରୟାସ ଜାରି ରଖିଛି। ଏହି ଅବସରରେ ଅଧ୍ୟକ୍ଷ ଡ. ଚିନ୍ମୟ କୁମାର ବେହେରାଙ୍କ ପୌରୋହିତ୍ୟରେ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇ ସବୁ ସମସ୍ୟା ଭିତରେ ବି ନିଜକୁ ପ୍ରମାଣିତ କରିବାର ଏକ ଆହ୍ୱାନ ସ୍ୱୀକାର କରାଯାଇଛି। ଏହା ସହିତ ଅନଲାଇନ୍ ରେ ଅଭିନବତ୍ୱର ଅଭ୍ୟୁଦୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିର ବାଣିଜ୍ୟ ବିଭାଗ ମୁଖ୍ୟ ଡ. ଦେବାଶିଷ ପାହି ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ। ବର୍ତ୍ତମାନ ସମୟରେ କିପରି ନିଜ ହାତପାହାନ୍ତାରେ ମିଳୁଥିବା ସୁବିଧା ସୁଯୋଗକୁ ବିନିଯୋଗ କରି ବ୍ୟବସାୟ କ୍ଷେତ୍ରରେ ଉପଯୋଗ କରି ଅର୍ଥ ରୋଜଗାର କରିହେବ ସେ ସମ୍ପର୍କରେ ଡ. ପାହି ଛାତ୍ରଛାତ୍ରୀମାନଙ୍କୁ ଅତି ସହଜ ସରଳ ଭାବରେ ବୁଝାଇଥିଲେ।

ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଉମାଶଙ୍କର ସେଠି, ଡ. ଜ୍ୟୋତିରଞ୍ଜନ ଗୁଡ଼ିଆ, ଖଗେଶ୍ୱର ନାଥ, ଇତିହାସ ବିଭାଗର ଯୁଧିଷ୍ଠିର ବିଶୋଇ, ମାଧବୀ ମଣ୍ଡଳ, ରୂପା ମିସ୍ତ୍ରୀ, ଶିକ୍ଷା ବିଭାଗର ବିଜୟ ଲକ୍ଷ୍ମୀ ଦିଶାରି, ଲକ୍ଷ୍ମୀପ୍ରିୟା ବେହେରା, କୁନା ମାଢ଼ି, ଇଂରାଜୀ ବିଭାଗର ଡ. ରାମଚନ୍ଦ୍ର କିରିସାନି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହାକୁ ସଫଳ ମଣ୍ଡିତ କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande