ଭଦ୍ରକ ଓ ତିହିଡି ଠିକାଦାର ସଂଘ ପକ୍ଷରୁ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ଭଦ୍ରକ, ୩ ଅଗଷ୍ଟ (ହି.ସ.) -ଭଦ୍ରକ ଓ ତିହିଡି଼ ଠିକାଦାର ସଂଘ ପକ୍ଷରୁ ବନ୍ୟା ପ୍ରପୀଡ଼ିତ ଗ୍ରାମଗୁଡ଼ିକରେ ରିଲିଫ ଭାବେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଠିକାଦାର ସଂଘ ପକ୍ଷରୁ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ସମେତ ମୁକୁନ୍ଦପୁର ପଞ୍ଚାୟତର ନିଙ୍ଗାଡ଼ି, ଗୁଡ଼ୁପାଳ ଓ ସିନ୍ଦୋଳ ପଞ୍ଚାୟତ
THIKADAR SANGHA BANTILE SUKHILA KHADYA


ଭଦ୍ରକ, ୩ ଅଗଷ୍ଟ (ହି.ସ.) -ଭଦ୍ରକ ଓ ତିହିଡି଼ ଠିକାଦାର ସଂଘ ପକ୍ଷରୁ ବନ୍ୟା ପ୍ରପୀଡ଼ିତ ଗ୍ରାମଗୁଡ଼ିକରେ ରିଲିଫ ଭାବେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଠିକାଦାର ସଂଘ ପକ୍ଷରୁ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ସମେତ ମୁକୁନ୍ଦପୁର ପଞ୍ଚାୟତର ନିଙ୍ଗାଡ଼ି, ଗୁଡ଼ୁପାଳ ଓ ସିନ୍ଦୋଳ ପଞ୍ଚାୟତର ନୂଆସାହି ଗ୍ରାମର ବନ୍ୟା ବିପନ୍ନ ମାନଙ୍କୁ ଚୁଡା,ଚିନି,ପାଉଁରୁଟି ଓ ବିସ୍କୁଟ ଇତ୍ୟାଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛ। ଠିକାଦାର ସଂଘର ଏପରି ମହତ କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରା ଯାଇଥିବା ବେଳେ ଏହା ଅନ୍ୟ ସଂଘମାନଙ୍କ ପାଇଁ ଉଦାହରଣ ହେବ ବୋଲି ଆଲୋଚନା ହେଉଛି। ତିହିଡି଼ ସଂଘ ସଭାପତି ରାକେଶ କୁମାର ମହାପାତ୍ର, ଭଦ୍ରକ ସଭାପତି କୁମୁଦବନ୍ଧୁ ମହାନ୍ତି, ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ସମେତ ତପନ ନାୟକ, ରାଜେଶ ଦାସ, ବିଶ୍ୱମ୍ଭର ବାରିକ, ସଂଗ୍ରାମ ବଳ, ଅଭୟ ପୁହାଣ, କହ୍ନେଇ ନାୟକ ପ୍ରମୁଖ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande