

କନ୍ଧମାଳ, ୦୧ ଅଗଷ୍ଟ(ହି.ସ.) – ଆଜି ଫୁଲବାଣୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଗଭର୍ମେଣ୍ଟ ମେଡିକାଲ କଲେଜ ଓ ଡାକ୍ତରଖାନା , ଫୁଲବାଣୀ, ଠାରେ ୬ଟି ଭେଂଟିଲେଟେଡ୍ ଓ ୧୪ଟି ନନ୍-ଭେଂଟିଲେଟେଡ୍ ଆଇସିୟୁ ବେଡ୍ର ଉଦଘାଟନ କରିଛନ୍ତି କନ୍ଧମାଳର ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ। ଏହି ଅବସରରେ ତାଙ୍କ ସହିତ ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ ଏବଂ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ଏସିଡିସି ଅଧ୍ୟକ୍ଷ, ଶ୍ରୀ ମାନଗୋବିନ୍ଦ ପ୍ରଧାନ ଯୋଗଦେଇଥିଲେ।
ଏହି ନୂତନ ଆଇସିୟୁର ସୁବିଧା ଫଳରେ କନ୍ଧମାଳର ଗମ୍ଭୀର ରୋଗାକ୍ରାନ୍ତ ରୋଗୀମାନେ ଏବେଠାରୁ ସ୍ଥାନୀୟ ସ୍ତରରେ ଉନ୍ନତ ଓ ଜରୁରୀକାଳୀନ ଚିକିତ୍ସା ସୁବିଧା ପାଇପାରିବେ, ଯାହା ଦୂରସ୍ଥ ଡାକ୍ତରଖାନାକୁ ଯିବାର ଆବଶ୍ୟକତାକୁ ହ୍ରାସ କରିବ। କନ୍ଧମାଳର ସ୍ୱାସ୍ଥ୍ୟ ସେବା ଭିତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି କହିଥିଲେ ସାଂସଦ। ଏହିଭଳି ଉନ୍ନୟନମୂଳକ ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ବୋଲି ମଧ୍ୟ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ