
ଜୟପୁର, ୧ ଅଗଷ୍ଟ (ହି.ସ.)- ସିମାଦ୍ରୀ ମହାରଣା କଳା ଭବନ ଠାରେ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ନିମନ୍ତେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲା ସଂସ୍କୃୁତି ଅଧିକାରୀ ପ୍ରତିସୁଧା ଜେନା, ପୂର୍ବତନ ଜିଲା ସଂସ୍କୁୃତି ଅଧିକାରି କୃଷ୍ଣ ନିଶଙ୍କ ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ପ୍ଲାଟିନମ ଜୁବୁଲି ପାଇଁ ବିଭିନ୍ନ କମିଟି ଗଠନ କରାଯିବ । ତା'ପରେ ଡିସେମ୍ବର କିମ୍ବା ଜୁନୁଆରି ମାସରେ ପାଳନ କରାଯିବ । ଆଟିଷ୍ଟ କ୍ୟାମ୍ପ, ଶିଶୁ କଳା ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା, ସେମିନାର ଇତ୍ୟାଦି କରାଯିବ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀକାନ୍ତ ବାରିକ, ଲୋକନାଥ ବେହେରା, ନୃସିଂହ ଷଡଙ୍ଗୀ, ପଦ୍ମ ଚରଣ ଚୌଧୁରୀ, ଦିପକ ଦାସ, ସ୍ମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି