ଭଣ୍ଡାରିପୋଖରୀ ବନ୍ୟା ଅଂଚଳ ପରିଦର୍ଶନ କଲେ ଭଦ୍ରକ ସାଂସଦ
ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଆଜି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଜେପିର ଯୁବ ନେତୃତ୍ୱ ଇଂ ପ୍ରୟାସକାନ୍ତି ସାମଲ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ୟାଂଚଳ ଗସ୍ତ କରି ବନ୍ୟା ପରିସ୍ଥିତି ସମ୍ପର୍କରେ ବିଡିଓଙ୍କ ସହ ସମୀକ୍ଷା କରି ଆଖୁଆପଦା ବ୍ୟାରେଜ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ନ
BHANDARIPOKHARI BANYA BIPARJAYA MLA SANJIB


ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଆଜି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଜେପିର ଯୁବ ନେତୃତ୍ୱ ଇଂ ପ୍ରୟାସକାନ୍ତି ସାମଲ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ୟାଂଚଳ ଗସ୍ତ କରି ବନ୍ୟା ପରିସ୍ଥିତି ସମ୍ପର୍କରେ ବିଡିଓଙ୍କ ସହ ସମୀକ୍ଷା କରି ଆଖୁଆପଦା ବ୍ୟାରେଜ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ନେରଡା ଗ୍ରାମଂପଚାୟତର ବନସ୍ତା ଠାରେ ହୋଇଥିବା ବନ୍ଧର ଘାଇ ସ୍ଥଳକୁ ପରିଦର୍ଶନ କରି ସ୍ଥିତିର ସବିଶେଷ ଅନୁଧ୍ୟାନ କରିଥିଲେ। ବିଶେଷକରି ଏହି ଘାଇ ଯୋଗୁଁ ସ୍ଥାନୀୟ ଲୋକଙ୍କ ସମସ୍ୟା ଏବଂ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ତାର ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ତାର ସ୍ଥାୟୀ ସମାଧାନ ଏବଂ ସମସ୍ତ ବନ୍ୟା ବିପନ୍ନ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଭଣ୍ଡାରିପୋଖରୀ ପଂଚାୟତସମିତି ଅଧ୍ୟକ୍ଷା ସୁମତି ସେଠି, ଉପାଧ୍ୟକ୍ଷ ପ୍ରଣିତ କାନ୍ତି ସାମଲ ଙ୍କ ସମେତ ଅନ୍ୟ ନେତୃତ୍ୱ ମାନେ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande