ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ
ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ନିକଟରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ସାନମହେଶ୍ୱର ପଂଚାୟତର ବହୁ ଭାବରେ ପ୍ରଭାବିତ ହୋଇଥିବା ତିଖାଲି ଓ ଘରଧରା ଗ୍ରାମର ଢବାପଡା ଅଂଚଳ ଗୁଡ଼ିକୁ ନୂଆପଡା ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତା ପରିଦର୍ଶନ କ
Banya Anchal paridarshan


ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ନିକଟରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ସାନମହେଶ୍ୱର ପଂଚାୟତର ବହୁ ଭାବରେ ପ୍ରଭାବିତ ହୋଇଥିବା ତିଖାଲି ଓ ଘରଧରା ଗ୍ରାମର ଢବାପଡା ଅଂଚଳ ଗୁଡ଼ିକୁ ନୂଆପଡା ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତା ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ସେ ରାସ୍ତା, ପୋଲ, ଚାଷଜମି, ଜଳସେଚନ ବ୍ୟବସ୍ଥା ଓ ଅନ୍ୟାନ୍ୟ ସରକାରୀ ସମ୍ପତିର ହୋଇଥିବା କ୍ଷତିର ଆକଳନ କରିଥିଲେ। ଏହା ସହ ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଚାଷ ଜମିର କ୍ଷତି ଆକଳନ ପାଇଁ ସ୍ଥାନୀୟ ରାଜସ୍ୱ ଅଧିକାରୀ ମାନଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ଠାରୁ ମଧ୍ୟ କ୍ଷୟକ୍ଷତିର ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି। ଶନିବାର କ୍ଷୟକ୍ଷତି ଆକଳନ କରିବାର ଶେଷ ସମୟ ଥିବାରୁ ସମସ୍ତ କ୍ଷୟକ୍ଷତି ସଠିକ ଆକଳନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦେଇଥିବା ପ୍ରକାଶ କରିଥିଲେ। ପରିଦର୍ଶନ ପରେ ସମସ୍ତ କ୍ଷୟକ୍ଷତିର ଆକଳନ ଆଧାରରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଜିଲା ପ୍ରଶାସନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ଏହି ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତ ଅଂଚଳରେ ଆବଶ୍ୟକ ସହାୟତା, ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଇତାଙ୍କ ସମେତ ଖଡ଼ିଆଳ ବିଡ଼ିଓ ମିଳନ କୁମାର ଝାଙ୍କର, ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ସାନମହେଶ୍ୱର ସରପଞ୍ଚ ଆଲ୍ଲାଦିନି ବେହେରା ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ଗ୍ରାମରେ ଲାଗି ରହିଥିବା ରାସ୍ତା, ବିଜୁଳି, ପିଇବା ପାଣି ସମସ୍ୟା ଉପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande