ବୃକ୍ଷ ରୋପଣ ଓ ସେଚେତନତା କାର୍ଯ୍ୟକ୍ରମ
ଜୟପୁର, ୦୧ ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ବାଗଦେରୀ ପଂଚାୟତ କୃପାକୋଟ ଠାରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ମହାସଂଘ ସଭାନେତ୍ରୀ ବାସନ୍ତୀ ଭରସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ରେଞ୍ଜେର ବି
ବୃକ୍ଷ ରୋପଣ ସହ ସଚେତନତା କାର୍ଯ୍ୟକ୍ରମ


ଜୟପୁର, ୦୧ ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ବାଗଦେରୀ ପଂଚାୟତ କୃପାକୋଟ ଠାରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ମହାସଂଘ ସଭାନେତ୍ରୀ ବାସନ୍ତୀ ଭରସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ରେଞ୍ଜେର ବିଶ୍ୱନାଥ ମାଣ୍ଡୀଙ୍ଗା ଏବଂ ସମ୍ମାନୀତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ତାପସ ଚନ୍ଦ୍ର ରୟ,ପ୍ରଗତି ଅନୁଷ୍ଠାନ ସମ୍ପାଦକ କୋରାପୁଟ ପ୍ରଭାକର ଅଧିକାରୀ,ପ୍ରୋଗ୍ରାମ ମ୍ୟାନେଜର ପ୍ରଭାତ ମାଝୀ, ସରପଂଚ ମାନସୀ ସାନ୍ତା,ସହକାରୀ କୃଷି ଅଧିକାରୀ ଅଇନୀ ବିଶୋୟୀ,ବନପାଳ ଦେବେନ୍ଦ୍ର ନାୟକ,ସମାଜ ସେବୀ ରାଧା ପ୍ରସାଦ ପାତ୍ର,ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ଦୁଃଖୀ,ବନ ସୁରକ୍ଷା ସମିତି ସମ୍ପାଦକ ଦୁର୍ଯ୍ୟୋଧନ ପୂଜାରୀ ପ୍ରମୂଖ ମଂଚାସୀନ ଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାସଂଘ ଓ ଗ୍ରାମବାସୀଙ୍କ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ବର, କାଜୁ,ସୀତାଫଳ ବରଡା ଶାଗ ଭଳି ୪ ଶହ ଚାରା ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଭାବେ ରୋପଣ କରାଯାଇଥିଲା ଓ ସଚେତନତା ଉଦ୍ଦେଶ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲାବା ବେଳେ ଏକ ପଥ ପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ପୂର୍ବତନ କୁନ୍ଦୁରାରୁ ଅବସରପ୍ରାପ୍ତ ସିଡିପିଓ ଶ୍ରୀମତୀ ଆରତୀ ମହାପାତ୍ର ଏବଂ ସମାଜ ସେବୀ ଶ୍ରୀ ପାତ୍ରଙ୍କୁ ମହାସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ୧୨ ଜଣ ବୃଦ୍ଧ ବୃଦ୍ଧାଙ୍କୁ ଆମ୍ବଚାରା ଓ କମ୍ବଳ ବଂଟନ କରାଯାଇଥିଲା । ସେହି ଗାଁର ଅଙ୍ଗନବାଡ଼ି,ଆଶା କର୍ମୀ ଏବଂ ପାଚିକା,ସହାୟୀକା ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା କ୍ଷ ଅତିଥି ମାନଙ୍କୁ ଦୁରୁଆ ନୃତ୍ୟର ତାଳେତାଳେ କାର୍ଯ୍ୟକ୍ରମକୁ ପାଛୋଟି ନିଆଯାଇଥିଲା ଓ ଅନ୍ୟ ମାନଙ୍କ ମଧ୍ୟରେ ବନରକ୍ଷୀ ଖିତେଶ୍ୱରି କିଷାନ,ରହିଣୀବାଳା କିଷାନ ଓ ଅନ୍ୟ କର୍ମଚାରୀ, କୃଷି ବିଭାଗୀୟ କର୍ମଚାରୀ ପ୍ରମୂଖ ଯୋଗଦେଇଥିଲେ ଓ ସମାଜସେବୀ ତଥା ଉପଦେଷ୍ଟା ଚନ୍ଦ୍ର ସଗରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କ୍ଷ ସାମାଜସେବୀ ନାରାୟଣ ଭତରା,ସଂଘ ସହସମ୍ପାଦିକା ବୈଜୟନ୍ତୀ ସାନ୍ତା ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande