
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ.) ଅନୁସୂଚିତ ଜନଜାତି ତଥା ବିଶେଷ ଭାବେ ଅନୁନ୍ନତ ଜନଜାତି ପରିବାରମାନଙ୍କର ଆୟ ବୃଦ୍ଧି ଓ ସାମଗ୍ରିକ ଜୀବନଧାରଣ ର ମାନରେ ଉନ୍ନତି ଲକ୍ଷ୍ୟରେ, ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ କୁ ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ ଅନୁମୋଦନ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ର ପ୍ରଥମ ପର୍ଯ୍ୟାୟର ସଫଳତାକୁ ଆଧାର କରି ଆରମ୍ଭ ହେଉଥିସବା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨,୦ ରାଜ୍ୟର ସମସ୍ତ ଜନଜାତି ଉପ-ଯୋଜନା ବ୍ଲକ ଏବଂ ଅଣୁ ପ୍ରକଳ୍ପ କ୍ଷେତ୍ର ଗୁଡ଼ିକରେ କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୮ ଲକ୍ଷ ଅନୁସୂଚିତ ଜନଜାତି ତଥା ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟର ହିତାଧିକାରୀ ମାନେ ଉପକୃତ ହୋଇପାରିବେ ।
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨,୦ ଆଗାମୀ ପାଞ୍ଚ ବର୍ଷ (୨୦୨୬-୨୭ ରୁ ୨୦୩୦ -୩୧) ଅବଧୂ ପାଇଁ ରାଜ୍ୟର ୧୯ ଗୋଟି ଜିଲ୍ଲା ଅନ୍ତର୍ଗତ ୨୩ ଟି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ୨୦ ଟି କ୍ଷୁଦ୍ର ପ୍ରକଳ୍ପ କ୍ଷେତ୍ର ମାଧ୍ୟମରେ ୧୩୪ ଗୋଟି ବ୍ଲକରେ କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୨,୯୯୫ କୋଟି ଟଙ୍କାର ବ୍ୟୟବରାଦ ଅନୁମୋଦନ କରିଛନ୍ତି ।
ଏହି କାର୍ଯ୍ୟକ୍ରମର ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି ଅନୁସୂଚିତ ଜନଜାତି ତଥା ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟର ହିତାଧିକାରୀ ମାନଙ୍କୁ ନିଜ ଇଚ୍ଛା ମୁତାବକ, ନିଜ ଅଞ୍ଚଳର ଆବଶ୍ୟକତା ଓ ଯଥାର୍ଥ ହୋଇଥିବା ଯେ କୌଣସି ଜୀବିକା ଚୟନ କରିବା ପାଇଁ ସ୍ୱାଧୀନତା ମିଳିବ । ନିଜର ଜୀବିକା ବିକାଶ କରିବା ନିମନ୍ତେ ହିତାଧ୍ୟାକାରୀଙ୍କୁ ସିଧାସଳଖ ଭାବରେ ଆର୍ôଥକ ପ୍ରୋତ୍ସାହନ ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ । ପ୍ରତ୍ୟେକ ପରିବାରକୁ ୩୦,୦୦୦ ଟଙ୍କାର ଅନୁଦାନ ରାଶିକୁ ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ ।
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨,୦ ଅଧୀନରେ କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ, ରେଶମ ଚାଷ, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ମୂଲ୍ୟ ବୃଦ୍ଧି, ପାରମ୍ପରିକ କଳା ଓ ହସ୍ତଶିଳ୍ପ, କୃଷି ଉଦ୍ୟୋଗ ଏବଂ ଗ୍ରାମୀଣ ଲଘୁ ଉଦ୍ୟୋଗୀ ସୃଷ୍ଟି ଭଳି ବିଭିନ୍ନ ଜୀବିକା ଭିରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯିବ । ଏହା ସହିତ ଜଳସେଚନ ଭିଭିଭୂମି ସୃଷ୍ଟି, କୃଷି ଉତ୍ପାଦ ବା ଫସଲର ଅମଳ ପରବର୍ତ୍ତୀ ଯତ୍ନ ଓ ସଂରକ୍ଷଣ ଭିତିଭୂମି ବିକଶିତ କରିବା ସହିତ କୃଷି ଉତ୍ପାଦରେ ମୂଲ୍ୟଯୁକ୍ତ କରିବା, ବଜାରୀକରଣ, କ୍ଷୁଦ୍ର ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯିବ । ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ଙ୍କ ବିଶେଷ ଆବଶ୍ୟକତାକୁ ଦୃଷ୍ଟିରେ ରଖୁ ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମାଆଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପୋଷଣ ଭିତ୍ତିକ କାର୍ଯ୍ୟକ୍ରମ, ଶିଶୁ ଯତ୍ନ କେନ୍ଦ୍ର ର ବ୍ୟବସ୍ଥା ରହିଛି । ଅନୁନ୍ନତ ଜନଜାତି ସମୁଦାୟ ମାନଙ୍କ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ଏକ ସ୍ୱତନ୍ତ୍ର ପାଣ୍ଠି ( ର ବ୍ୟବସ୍ଥା କରାଯାଇଛି ।
ରାଜ୍ୟ ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ଅନୁସୂଚିତ ଜନଜାତି ତଥା ବିଶେଷ ଭାବେ ଅନୁନ୍ନତ ଜନଜାତି ଅଞ୍ଚଳରେ ଜୀବିକା ସୁରକ୍ଷା, ଆୟ ବୃଦ୍ଧି, ଉଦ୍ୟୋଗୀକରଣ, ପୋଷଣ ଓ ସାମଗ୍ରିକ ସାମାଜିକ-ଆର୍ôଥର ବିକାଶକୁ ନୂତନ ଦିଗ ପ୍ରଦାନ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ