
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ.) ଗୃହ ବିଭାଗରୁ ଓଡିଶା ରାଜ୍ୟ ବିଧ୍ ସେବା କ୍ୟାଡରକୁ ବିଧି ବିଭାଗକୁ ସ୍ଥାନାନ୍ତର କରାଯାଇଥିବା ପରିପ୍ରେକ୍ଷୀରେ ରାଜ୍ୟ ମକଦ୍ଦମା ନୀତିର ଉଦ୍ଦେଶ୍ୟ ସହ ସମନ୍ୱୟ ରଖୁ ମକଦ୍ଦମା ପରିଚାଳନାକୁ ଅଧିକ ସୁଚାରୁ ଓ କାର୍ଯ୍ୟକ୍ଷମ କରିବା ପାଇଁ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳ “ଓଡିଶା ରାଜ୍ୟ ବିଧି ସେବା କ୍ୟାଡର ନିୟମାବଳୀ, ୨୦୨୭ କୁ ଅନୁମୋଦନ କରିଛନ୍ତି।
ଓଡିଶା ରାଜ୍ୟ ବିଧ୍ ସେବା କ୍ୟାଡରରେ ସେହି ବିଧି ଅଧିକାରୀମାନେ ଅନ୍ତର୍ଭୁକ୍ତ, ଯେଉଁମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଆଇନଗତ ସହାୟତା ପ୍ରଦାନ କରି ଆଇନଗତ ମକଦ୍ଦମାଗୁଡ଼ିକର ସୁଚାରୁ ଓ କାର୍ଯ୍ୟକ୍ଷମ ପରିଚାଳନା ସୁନିଶ୍ଚିତ କରନ୍ତି ।
ଇିଧି ବିଭାଗ ରାଜ୍ୟ ମକଦ୍ଦମା ନୀତିର କାର୍ଯ୍ୟାନ୍ୱୟନ ଏବଂ ସରକାରୀ ମକଦ୍ଦମାର ସମନ୍ୱୟ ପାଇଁ ନୋଡାଲ ବିଭାଗ ହୋଇଥୁବାରୁ, କ୍ୟାଡରର ପ୍ରଶାସନ ବିଧୁ ବିଭାଗ ଅଧୀନରେ ରହିବା ଫଳରେ ମକଦ୍ଦମା ପରିଚାଳନା ଅଧିକ ସୁଦୃଢ଼ ହେବ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ ଏବଂ ରାଜ୍ୟ ପକ୍ଷରୁ ଆଇନଗତ ପ୍ରତିନିଧିସ ଅଧିରକ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି।
ନୂତନ ନିୟମାବଳୀରେ ନିଯୁକ୍ତି, ପଦୋନ୍ନତି, ଜ୍ୟେଷ୍ଠତା ଏବଂ ଅନ୍ୟାନ୍ୟ ସେବା-ସମ୍ବନ୍ଧୀୟ ବିଷୟଗୁଡ଼ିକ ସମେତ କ୍ୟାଡର ପରିଚାଳନା ପାଇଁ ଏକ ସମଗ୍ର ଢାଞ୍ଚା ପ୍ରଦାନ କରାଯାଇଛି। ସେଥୁସହ ବିଧ୍ୱ ବିଭାଗକୁ କ୍ୟାଡର ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ ଭାବେ ସ୍ୱୀକୃତି ଦିଆଯାଇଛି।
ଏହି ନିଷ୍ପତ୍ତି ସରକାରୀ ମକଦ୍ଦମା ପରିଚାଳନା ପାଇଁ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ଏବଂ ରାଜ୍ୟ ମକଦ୍ଦମା ନୀତିର ଅଧୂକ କାର୍ଯ୍ୟକ୍ଷମ କାର୍ଯ୍ୟାନ୍ୱୟନରେ ସହାୟକ ହେବ ବୋଲି ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ