ଶୁଦ୍ଧିକ୍ରିୟା ପାଇଁ ଅର୍ଥ ସାଜିଛି ବାଧକ
ଚମ୍ପୁଆ, ୦୧ ଅଗଷ୍ଟ(ହି.ସ.) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଗୋଧୂଳି ଗାଁରେ ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଗାଁର ୧୭ ବର୍ଷୀୟ ନାବାଳକ ଉଗ୍ରେସନ ନାଏକ ବିଭିନ୍ନ ରୋଗ, ଶ୍ୱାସଜନିତ ତଥା ଲିଭର ସମସ୍ୟା ଏବଂ ଅନ୍ୟାନ୍ୟ ଶାରୀରିକ ଜଟିଳତାରେ ପୀଡ଼ିତ ଥିଲେ
ଶୁଦ୍ଧିକ୍ରିୟା ପାଇଁ ଅର୍ଥ ସାଜିଛି ବାଧକ


ଚମ୍ପୁଆ, ୦୧ ଅଗଷ୍ଟ(ହି.ସ.) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଗୋଧୂଳି ଗାଁରେ ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଗାଁର ୧୭ ବର୍ଷୀୟ ନାବାଳକ ଉଗ୍ରେସନ ନାଏକ ବିଭିନ୍ନ ରୋଗ, ଶ୍ୱାସଜନିତ ତଥା ଲିଭର ସମସ୍ୟା ଏବଂ ଅନ୍ୟାନ୍ୟ ଶାରୀରିକ ଜଟିଳତାରେ ପୀଡ଼ିତ ଥିଲେ। ପ୍ରଥମେ ଚମ୍ପୁଆ, ପରେ କେନ୍ଦୁଝର ଓ ଅଧିକ ଚିକିତ୍ସା ପାଇଁ କଟକ ଏ.ସି.ବି. ମେଡିକାଲ କଲେଜରେ ତାଙ୍କର ଚିକିତ୍ସା କରାଯାଇଥିଲା। ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଦେଖାଯିବା ପରେ ଘରକୁ ନେଇ ଆସିଥିଲେ। ଏହାପରେ ପୁଣି ସମସ୍ୟା ହେବାରୁ ତାଙ୍କୁ ଚମ୍ପୁଆ ମେଡ଼ିକାଲକୁ ଆଣାଯାଇଥିଲା। ସେଠାରେ ଚିକିତ୍ସା ସହ ରକ୍ତ ମଧ୍ୟ ଦିଆଯାଉଥିଲା କିନ୍ତୁ ସମସ୍ତ ଉଦ୍ୟମ ସତ୍ୱେ ତାଙ୍କର ମୃତ୍ୟୁ ଘଟିଥିଲା। ଉଗ୍ରେସନ ନାଏକ ପରିବାରର ଏକମାତ୍ର ପୁଅ ଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।। ମା' ଜୟନ୍ତୀ ନାଏକ ମାନସିକ ଅସୁସ୍ଥତାରେ ପୀଡ଼ିତ ଥିବାବେଳେ ବାପା ତ୍ରିଲୋଚନ ନାଏକ ଦିନମଜୁରି କରି ପରିବାର ଚଳାଉଛନ୍ତି। କାମ ମିଳିଲେ ଘରେ ଚୁଲି ଜଳେ, ନଚେତ ଉପବାସରେ ଦିନ କାଟେ। ଏଭଳି ଆର୍ôଥକ ଅନଟନ ମଧ୍ୟରେ ପୁଅର ବିୟୋଗ ପରିବାରକୁ ସମ୍ପୂର୍ଣ୍ଣ ଅସହାୟ କରିଦେଇଛି। ବର୍ତମାନ ଏହି ଗରିବ ପରିବାର ପାଖରେ ପୁଅର ଶୁଦ୍ଧିକ୍ରିୟା ସମ୍ପନ୍ନ କରିବା ପାଇଁ ମଧ୍ୟ ଆବଶ୍ୟକ ଅର୍ଥ ନାହିଁ। ସ୍ଥାନୀୟ ଲୋକମାନେ ସରକାର, ପ୍ରଶାସନ ଏବଂ ସମାଜସେବୀ ସଂଗଠନମାନଙ୍କୁ ଏହି ଅସହାୟ ପରିବାରକୁ ଆର୍ôଥକ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande