ଚୋରି ଘଟଣାର ପର୍ଦ୍ଦାଫାସ, ଦୁଇ ଗିରଫ
ଚୋରି ଘଟଣାର ପର୍ଦ୍ଦାଫାସ, ଦୁଇ ଗିରଫ
ଚୋରି ଘଟଣାର ପର୍ଦ୍ଦାଫାସ, ଦୁଇ ଗିରଫ


ସମ୍ବଲପୁର,୦୧, ଅଗଷ୍ଟ (ହି.ସ.)

ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ପୋଲିସ ବନ୍ଧା ସିଲିପଥର ଅଞ୍ଚଳରେ ଘଟିଥିବା ଏକ ମିକ୍ସଚର ମେସିନ୍ ଚୋରି ଘଟଣାର ପର୍ଦ୍ଦାଫାସ କରି ଦୁଇଜଣ ଅଭିଯୁକ୍ତଙ୍କୁ ୧୬୩/୨୬ ମାମଲାରେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଜରଙ୍ଗୀ ସାହାଣୀ (୩୨) ଓ ଶିବ ପାଣ୍ଡେ (୨୦)।

ପୁଲିସ ସୂଚନା ଅନୁଯାୟୀ, ନୂଆବଜାରର ଦେବାଶିଷ ପାଢ଼ୀଙ୍କ ଅଭିଯୋଗ ଆଧାରରେ ହୀରାକୁଦ ଥାନାରେ କେସ୍ ନଂ-୧୬୩, ତାରିଖ ୧ ଅଗଷ୍ଟ ୨୦୨୬, ଧାରା ୩୦୩(୨) ବିଏନଏସ୍ରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ପୁଲିସ ଚୋରି ହୋଇଥିବା ମିକ୍ସଚର ମେସିନ୍କୁ ଉଦ୍ଧାର କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande