ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ
ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଖର୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପର୍ଯ୍ୟବେକ୍ଷକ ଭାବେ ଗୁଡଭେଲା ବ୍ଲକ୍ ଡାଏଟ୍ ସିଆର୍ସିସି କୋଅର
*ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ*


ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଖର୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପର୍ଯ୍ୟବେକ୍ଷକ ଭାବେ ଗୁଡଭେଲା ବ୍ଲକ୍ ଡାଏଟ୍ ସିଆର୍ସିସି କୋଅର୍ଡିନେଟର ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ରା ଯୋଗଦେଇ ଅଂଶଗ୍ରହଣକାରୀଙ୍କ ସନ୍ଦେହ ମୋଚନ କରିଥିଲେ। ସାଧନ କର୍ମୀ ଭାବେ ସିଆର୍ସିସି ଜଗମୋହନ ତ୍ରିପାଠୀ ଯୋଗଦେଇ ଅଗଷ୍ଟ ମାସର ଏଜେଣ୍ଡା ଯଥା- ଗ୍ୟାଲେରୀ ଓ୍ଵାକ୍, ମୋଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଦଳଗତ ଉପସ୍ଥାପନା, ନ୍ୟସ୍ତ କାର୍ଯ୍ୟର ଆଲୋଚନା, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଜିଲ୍ଲା, କ୍ଲଷ୍ଟର ସ୍ତରୀୟ ଶୈକ୍ଷିକ ଆଲୋଚନା କରିଥିଲେ ଓ ଶେଷରେ ସଂକ୍ଷେପଣ ଓ ନ୍ୟସ୍ତକାର୍ଯ୍ଯ ପ୍ରଦାନ କରିଥିଲେ।

ବୈଠକ ପୂର୍ବରୁ ସରକାରୀ ବାଳିକା ନୋଡାଲ ହାଇସ୍କୁଲର ଅବସରପ୍ରାପ୍ତ ସହକାରୀ ଶିକ୍ଷୟିତ୍ରୀ ବିଦ୍ୟୁତଲତା ସାହୁଙ୍କୁ କ୍ଲଷ୍ଟର ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିରେ ତୁଷୁରା ବାଳକ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ। ବୈଠକରେ ପ୍ରଧାନ ଶିକ୍ଷକ ମୋହନ ଭୋଇ, ଦୁତିଆ ସେଠ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ବଜ ମେହେର, ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ, ଲିଲି ଶ୍ରୀ ଭୋଇ, ସହକାରୀ ଶିକ୍ଷକ ପୂରନ ମେହେର, ସୁଶୀଳ କୁମାର ଭୋଇ, ତହସିଲ ଭୋଇ ତଥା ଏଫ୍ଏଲ୍ଏନ୍ ଶିକ୍ଷୟିତ୍ରୀ ଆକାଂକ୍ଷା ରାଣୀ ଯୋଶୀ, ମିଲି ପୁରୋହିତ, ତପସ୍ଵିନୀ ରଣା ଓ ଦୁର୍ଗାମଣି ମହାନନ୍ଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande