ଦେଶି ମଦ ଚାଲାଣ ବେଳେ ଚଢଉ, ଜଣେ ଗିରଫ
ଜୟପୁର, ୧ ଅଗଷ୍ଟ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଡାଙ୍ଗରା ଗ୍ରାମର ଡୁମର ହରିଜନ (୩୮) । ଦେଶି ମଦ ଚାଲାଣ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଡାଙ
ଦେଶୀ ମଦ ଚାଲାଣ ବେଳେ ଚଢ଼ାଉ


ଜୟପୁର, ୧ ଅଗଷ୍ଟ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଡାଙ୍ଗରା ଗ୍ରାମର ଡୁମର ହରିଜନ (୩୮) ।

ଦେଶି ମଦ ଚାଲାଣ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଡାଙ୍ଗରା ଗ୍ରାମ ରାସ୍ତାରେ ଚଢଉ କରି ୧୪ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କୋଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande