

ସୁବର୍ଣପୁର, 01 ଅଗଷ୍ଟ (ହି.ସ.)
ସୁବର୍ଣ୍ଣପୁର ଜ଼ିଲ୍ଲା ର ସଦର ମହକୁମା ଠାରେ ଥିବା ଗାନ୍ଧୀ ଷ୍ଟାଡିୟମ ର ଉନ୍ନତି କରଣ ନିମନ୍ତେ ଆଜି ଓଡିଶା ସରକାର ୨୫ କୋଟି ୭୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି l ଆଜି ଏହି ଖବର ଶୁଣିଲା ପରେ ସୋନପୁର ର କ୍ରୀଡ଼ାବିତ, ଖେଳପ୍ରେମୀ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି l ସୁବର୍ଣ୍ଣପୁର ଜ଼ିଲ୍ଲା କ୍ରୀଡ଼ା ସଂଘ ର ସାଧାରଣ ସମ୍ପାଦକ ପିୟୁଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ, କ୍ରୀଡ଼ାବିତ ଏବଂ ଜ଼ିଲ୍ଲା କ୍ରିକେଟ ସଂଘ କର୍ମକର୍ତ୍ତା ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଡ଼ .ନୃପରାଜ ସାହୁଙ୍କ ବାସଭବନ ଅଫିସ ରେ ସାକ୍ଷାତ କରି ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି l ଓଡ଼ିଶା ସରକାର ମୋହନ ଚରଣ ମାଝୀ ଙ୍କ ସମେତ ସ୍ଥାନୀୟ ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ, ବୀର ମହାରାଜ ପୁର ବିଧାୟକ ରଘୁନାଥ ଜଗଦଲା ଙ୍କୁ ମଧ୍ୟ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ସଂଘ ର ଉପଦେଷ୍ଟା ଦିଲ୍ଲୀପ ଗୁରୁ , ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ମିଡିଆ କୋଡ଼ି ନେଟର ମନୋରଞ୍ଜନ ତ୍ରିପାଠି, ବରିଷ୍ଠ ସଦସ୍ୟ ଦିଗାମ୍ବର ଶତପଥୀ, ବିକାଶ ପଣ୍ତା, କଲିମ୍ ମହମ୍ମଦ, ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, ବରିଷ୍ଠ ସଦସ୍ୟ ଶୁଭ୍ରାଂଶୁ ଶେଖର ମିଶ୍ର, ସୁକାନ୍ତ ସାହୁ, ସତ୍ୟ ନାରାୟଣ ରାଓ , ଫୁଟବଲ୍ ସଂପାଦକ ରାଜୀବ ସାହୁ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ କ୍ରୀଡ଼ାବିତ ସାମିଲ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ