ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝରଗଡ ଠାରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା
କେନ୍ଦୁଝର, ୧ ଅଗଷ୍ଟ (ହି.ସ.)-ସ୍ଥାନୀୟ ଜେଲ୍ ରୋଡ, କେନ୍ଦୁଝରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜ୍ଞାନବିଜ୍ଞାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାକୁ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ, କେନ୍ଦୁଝରଗଡର ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ଷଡ
Gyana bigyan mela


କେନ୍ଦୁଝର, ୧ ଅଗଷ୍ଟ (ହି.ସ.)-ସ୍ଥାନୀୟ ଜେଲ୍ ରୋଡ, କେନ୍ଦୁଝରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜ୍ଞାନବିଜ୍ଞାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାକୁ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ, କେନ୍ଦୁଝରଗଡର ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ଷଡଙ୍ଗୀ ଯୋଗଦେଇ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ଓ ନିତିଦିନିଆ ଜୀବନରେ ବିଜ୍ଞାନର ଆବଶ୍ୟକତାକୁ ବହୁଳ ଭାବରେ ପ୍ରୟୋଗ କରିବାକୁ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟର ପରିଚାଳନା ସମିତିର ଉପ-ସଭାପତି ପ୍ରିୟବ୍ରତ ସାମଲ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି ମେଳାରେ ଶିଶୁବର୍ଗରେ ୩୦୮ ଜଣ, ବାଲବର୍ଗରେ ୪୮୯ ଜଣ, କିଶୋର ବର୍ଗରେ ୨୧୦ ଜଣ ଓ ତରୁଣ ବର୍ଗରେ ୩୦ ଜଣ ଶିଶୁ ବିବିଧ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅଖିଳ ଭାରତୀୟ ନିବନ୍ଧ ପ୍ରତିଯୋଗିତାରେ ୫ ୬ ଜଣ ଅଂଶଗ୍ରହଣ କରିଥିବା ବେଳେ ଲୋକନୃତ୍ୟରେ ୧୮ ଜଣ ଓ ଦେଶଭକ୍ତି ଗୀତରେ ୧୦ ଜଣ ଭାଗନେଇଥିଲେ । ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ସଂକୁଳ ସ୍ତରୀୟ ମେଳାରେ ଭାଗ ନେବେ । ବିଭିନ୍ନ ପ୍ରକଳ୍ପକୁ ବିଚାରକ ଭାବରେ ମହେନ୍ଦ୍ର ସାହୁ, ବୈଲୋଚନ ମହାନ୍ତ, ହରେକୃଷ୍ଣ ପଣ୍ଡା, କର୍ଣପ୍ରସାଦ ମହାନ୍ତ, ରାଜେଶ ମହାନ୍ତ, ପ୍ରିୟରଂଜନ ମହାନ୍ତ, ମୋନାଲିସା ମହାନ୍ତ, ଅସ୍ମିତା ମହାନ୍ତ, ବଳରାମ ମହାନ୍ତ, ବୁଲୁରାମ ମହାନ୍ତ ଓ ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଅପରାହ୍ନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶ୍ଵ ହିନ୍ଦୁ ପରିଷଦର ସହପ୍ରାପ୍ତ ବିଶେଷ ପ୍ରମୁଖ ମଦନ ମୋହନ ଦ୍ବିବେଦୀ, ପରିଚାଳନା ସମତିର ସଭାପତି ନିମାଇଁ ଚରଣ ଦାଶ ଓ ସଂପାଦକ ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଯୋଗଦେଇ ଉକ୍ତ ପ୍ରତିଯୋଗିତା ଗୁଡ଼ିକରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଅମୂଲ୍ୟ ରାଉତ, ସନ୍ତୋଷ କର, ସତ୍ୟପ୍ରିୟ ମହାନ୍ତି, ମନରଂଜନ ପରିଡା, ହରିପ୍ରିୟା ଓଝା, ସସ୍ମିତା ଦୋରା, କୁଳମଣି ମହାନ୍ତ, ଧ୍ରୁବଚରଣ ମହାନ୍ତ, ଅମୀୟ ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande