
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ ପାଣିଗ୍ରାହୀ ଶନିବାର ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଗଭର୍ମେଂଟ ମେଡିକାଲ କଲେଜ ଓ ଡାକ୍ତରଖାନା (ଜିଏମସିଏଚ), ଫୁଲବାଣୀ, ଠାରେ ୬ଟି ଭେଂଟିଲେଟେଡ୍ ଓ ୧୪ଟି ନନ୍-ଭେଂଟିଲେଟେଡ୍ ଆଇସିୟୁ ବେଡ୍ ର ଉଦଘାଟନ କରିଛନ୍ତି।
ଏହି ନୂତନ ଆଇସିୟୁ ସୁବିଧା ଫଳରେ କନ୍ଧମାଳର ଗମ୍ଭୀର ରୋଗାକ୍ରାନ୍ତ ରୋଗୀମାନେ ଏବେଠାରୁ ସ୍ଥାନୀୟ ସ୍ତରରେ ଉନ୍ନତ ଓ ଜରୁରୀକାଳୀନ ଚିକିତ୍ସା ସୁବିଧା ପାଇପାରିବେ, ଯାହା ଦୂରସ୍ଥ ଡାକ୍ତରଖାନାକୁ ଯିବାର ଆବଶ୍ୟକତାକୁ ହ୍ରାସ କରିବ ବୋଲି ସାଂସଦ ଏହି ଅବସରରେ କହିଛନ୍ତି।
ଏହି ଅବସରରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, କନ୍ଧମାଳର ଜିଲ୍ଲାପାଳ, ଏସଡିସି ଚେୟାରମ୍ୟାନ ମାନଗୋବିନ୍ଦ ପ୍ରଧାନଙ୍କ ଉପସ୍ଥିତ ଥିଲୋ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା