ଚୋରା ମଦ ଜବତ : ୯ ଜଣ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, କେନ୍ଦ୍ରାପଡ଼ା ସଦର, ପାଟକୁରା, କେନ୍ଦ୍ରାପଡ଼ା ସଦର, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରା
ଚୋରା ମଦ ଜବତ : ୯  ଜଣ କୋର୍ଟ ଚାଲାଣ..


କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, କେନ୍ଦ୍ରାପଡ଼ା ସଦର, ପାଟକୁରା, କେନ୍ଦ୍ରାପଡ଼ା ସଦର, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡ଼ା ଟାଉନ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଗୋପାଳପୁର ଗ୍ରାମର ଚୀନା ମଲ୍ଲିକ(ବୟସ–୭୦)ଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ, ଚଣ୍ଡିଆଗଡ଼ି ଗ୍ରାମର କବିତା ମଲ୍ଲିକ(ବୟସ–୩୦)ଙ୍କ ନିକଟରୁ ୨୭ ଲିଟର ବିଦେଶୀ ମଦ, କାନରପୁର ଗ୍ରାମର ରତ୍ନାକର ଜେନା(ବୟସ–୫୦)ଙ୍କ ନିକଟରୁ ୧୧ ଲିଟର ବିଦେଶୀ ମଦ, ବ୍ରହ୍ମପୁର ଗ୍ରାମର ମିଟୁନା ଜେନା(ବୟସ–୩୨)ଙ୍କ ନିକଟରୁ ୧୩ ଲିଟର ବିଦେଶୀ ମଦ, ନାନାକର ଗ୍ରାମର କେଶବ ଚନ୍ଦ୍ର ସ୍ୱାଇଁ(ବୟସ–୩୦)ଙ୍କ ନିକଟରୁ ୧୮ ଲିଟର ବିଦେଶୀ ମଦ, ବଲିଆ ଭଗବତପୁର ଗ୍ରାମର ଗୁରୁଚରଣ ମଲ୍ଲିକ(ବୟସ–୬୨)ଙ୍କ ନିକଟରୁ ୩୨ ଲିଟର ବିଦେଶୀ ମଦ, ବିଷକ ଗ୍ରାମର ପ୍ରେୟାଦୀପ୍ତ ସେଠୀ(ବୟସ -୬୦ )ଙ୍କ ନିକଟରୁ ୨୦ ଲିଟର ବିଦେଶୀ ମଦ, ଆଠନଟିଆ ଗ୍ରାମର ସନ୍ତୋଷ ବେହେରାଙ୍କ ନିକଟରୁ ୩୦ ଲିଟର ବିଦେଶୀ ମଦ ଏବଂ କଜଳା ଗ୍ରାମର କୁନି ଦାସଙ୍କ ନିକଟରୁ ୨୫ ଲିଟର ଜବତ କରାଯାଇଥିଲା। ଏହି ଚଢ଼ାଉରେ ସମୁଦାୟ ୧୯୧ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ମିସ୍ ଋତୁପ୍ରଭା ସ୍ୱାଇଁ ଏବଂ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande