


ବଲାଙ୍ଗିର, 01 ଅଗଷ୍ଟ (ହି.ସ.)
ସ୍ଥାନୀୟ ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ୨୦୨୬-୨୭ ଶିକ୍ଷା ବର୍ଷର ଇନ୍ ଭେଶ୍ଚର ସେରୀମୋନୀ ସ୍କୁଲର ଚେୟାରମେନ ବୀରେନ୍ଦ୍ର ନାରାୟଣ ଉଦ୍ଗାତା ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଓ ବଲାଙ୍ଗିର ବିଇଓ ଅଫିସର ଏମାଇଏସ୍ ସଂଯୋଜକ ରାଜେଶ କୁମାର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍କୁଲ ପ୍ରତିଷ୍ଠତା ତଥା ମ୍ୟାନେଜିଂ ଡାରେକ୍ଟର ରବିଚନ୍ଦ୍ର ଉଦ୍ଗାତା ଛାତ୍ର ସଂସଦକୁ ନୂତନ ଭାବରେ ନିର୍ବାଚିତ ହୋଇଥିବା ହେଡ ବୟ, ହେଡ ଗାର୍ଲ, କ୍ଲାସ ମନିଟର ମାନଙ୍କୁ ଶପଥପାଠ କରାଇ ଆଶୀର୍ବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆକୁଳ ବେହେରା ଓ ଶରତ କୁମାର ମିଶ୍ର ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । ଉକ୍ତ ଶିକ୍ଷା ବର୍ଷରେ ସ୍କୁଲ ଛାତ୍ର ସଂସଦ କୁ ଯଥାକ୍ରମେ ହେଡ ବଏ ତେଜସ ତ୍ରିପାଠି, ହେଡ ଗାର୍ଲ ଶକ୍ତି ସ୍ୱରୁପା ଛତ୍ରିଆ, ହାଉସ କ୍ୟାପଟେନ ଜୟସ ସୁନା, ଅଭିନ୍ଦମ ପଟ୍ଟନାୟକ, ସୃଷ୍ଟି ସୁହାନି, ଅଚ୍ଚିତା ବେେହେରା ଓ ଡିସପ୍ଲିନ ବ୍ୟାପଟେନ ସିଦ୍ଧାନ୍ତ ନାଏକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ସ୍କୁଲ ଏକାଡେମିକ ପ୍ରିନ୍ସସିପାଲ ଡ. ରବିଚନ୍ଦ୍ର ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ର ଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ