ଜଗନ୍ନାଥଙ୍କ କାର୍ଟୁନ୍ ସିନେମା ବିରୋଧରେ ସାମ୍ବାଦିକ ସମ୍ମିଳନୀ
ଭୁବନ, ୦୧ ଅଗଷ୍ଟ(ହି.ସ.) – ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ନେଇ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ଦଳେଇ ଏକ ବ୍ୟଙ୍ଗ(କାର୍ଟୁନ୍) ସିନେମା ନିର୍ମାଣକୁ ତୀବ୍ର ବିରୋଧ କରାଯାଇଛି। ଢ଼େଙ୍କାନାଳ ଜିଲ୍ଲା ଭୁବନ ପୂର୍ତ ବିଭାଗ ଡାକ ବଙ୍ଗଳା ଠାରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ସଭାପତି ତଥ
ସାମ୍ବାଦିକ ସମ୍ମିଳନୀ


ଭୁବନ, ୦୧ ଅଗଷ୍ଟ(ହି.ସ.) – ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ନେଇ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ଦଳେଇ ଏକ ବ୍ୟଙ୍ଗ(କାର୍ଟୁନ୍) ସିନେମା ନିର୍ମାଣକୁ ତୀବ୍ର ବିରୋଧ କରାଯାଇଛି। ଢ଼େଙ୍କାନାଳ ଜିଲ୍ଲା ଭୁବନ ପୂର୍ତ ବିଭାଗ ଡାକ ବଙ୍ଗଳା ଠାରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ସଭାପତି ତଥା ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ମୁଖ୍ୟ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଚାରିଟେବୁଲ୍ ଟ୍ରଷ୍ଟ ସମ୍ପାଦକ ନିରଞ୍ଜନ ଗୁରୁ, ଉପଦେଷ୍ଟା ଗୁରୁ ପ୍ରସାଦ ମିଶ୍ର, ଶିକ୍ଷାବିତ୍ ଲଳିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଟୁନ୍ ସିନେମାକୁ ତୀବ୍ର ନିନ୍ଦା କରିବା ସହ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା, କାର୍ଟୁନ୍ ସିନେମା ବନ୍ଦ କରିବାକୁ ଦୃଢ଼ ଦାବି କରିଥିଲେ। ଅନ୍ୟଥା ଏହାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଥିଲେ। ଚର୍ଚ୍ଚାରେ ରହିବାକୁ ନିର୍ଦ୍ଦେଶକ ଏପରି ଧୃଷ୍ଟତା କରିଛନ୍ତି ବୋଲି କହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande